ଦାଉଦ ଇବ୍ରାହିମର ଭାଇ ଇକବାଲ କସକରକୁ ଗିରଫ କଲା ଏନ୍‌ସିବି

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରକୁ ବୁଧବାର ମୁମ୍ବାଇରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଜାମ୍ମୁ କାଶ୍ମୀରରୁ ପଞ୍ଜାବ ପର୍ଯ୍ୟନ୍ତ ନିଷିଦ୍ଧ ପଦାର୍ଥ ବିକ୍ରି କରୁଥିବା ଅଭିଯୋଗରେ କାସକରଙ୍କୁ ଗିରଫ କରାଯାଇଥିଲା।

୨୦୦୩ରେ କାସକରଙ୍କୁ ୟୁଏଇରୁ ବିତାଡିତ କରାଯାଇଥିଲା ଏବଂ ଚୋରା ଚାଲାଣ ମାମଲାର ତଦନ୍ତରେ ସେପ୍ଟେମ୍ବର, ୨୦୧୭ରେ ଥାନେ ପୋଲିସ ତାଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *