ମା’ ସହ ନବଜାତ ଶିଶୁ ବି କରୋନା ପଜିଟିଭ

Top Storise ରାଜ୍ୟ

କନ୍ଧମାଳ: ଶନିବାର ଦିନ ଓଡ଼ିଶାର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବ୍ରାହ୍ମଣପଡା କମ୍ୟୁନିଟି ହେଲ୍ଥ ସେଣ୍ଟର୍‌ରେ ଜଣେ କରୋନା ସଂକ୍ରମିତ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।

ଛକପଡ଼ା ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିସୁନା ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ଶୁକ୍ରବାର ସକାଳେ କୋଭିଡ୍‌ ହେଲ୍‌ଥ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ COVID ସହିତ ଗର୍ଭବତୀ ମହିଳାଙ୍କ କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ପୃଥକ୍‌ ରଖାଯାଇଥିଲା।

ଏହାପରେ ଶନିବାର ଦିନ ସେ ସକାଳ ୧୦.୩୦ରେ ଏକ ଶିଶୁ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

ଦୁର୍ଭାଗ୍ୟବଶତଃ ଶିଶୁକନ୍ୟାଟି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଉଭୟ ମା ଏବଂ ଶିଶୁର ଚିକିତ୍ସା ଚାଲିଛି ଏବଂ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର କହିଛନ୍ତି।

Leave a Reply

Your email address will not be published. Required fields are marked *