ଆସନ୍ତା ଜନଗଣନା ହେବ ଡିଜିଟାଲ; ମୋବାଇଲ ଆପରେ ହେବ ତଥ୍ୟ ସଂଗ୍ରହ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଆଗାମୀ ଜନଗଣନା ଡିଜିଟାଲ ହେବ । ଆଉ କାଗଜ, କଲମ, ଖାତା ବହି ବ୍ୟବହାର ହେବନି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଲୋକସଭା ପ୍ରଶ୍ନକାଳରେ ଏକ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଡିଜିଟାଲ ଜନଗଣନା ହେବ ବୋଲି ସଂସଦକୁ ସୂଚନା ଦେଇଛନ୍ତି ।

୨୦୨୧ ମସିହାରେ ଯୋଜନା କରାଯାଇଥିବା ଜନଗଣନା କୋଭିଡ୍ ପାଇଁ ଘୁଞ୍ଚାଯାଇଛି । ୨୮ ମାର୍ଚ୍ଚ ୨୦୧୯ ମସିହାରେ ଆସନ୍ତା ଜଗଗଣନା ୨୦୨୧ରେ କରାଯିବ ବୋଲି ଭାରତୀୟ ରାଜପତ୍ର(ଗେଜେଟ)ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

କିନ୍ତୁ କରୋନା ମହାମାରୀ ଯୋଗୁଁ ଜନଗଣନା ପ୍ରକ୍ରିୟାକୁ କେନ୍ଦ୍ର ସରକାର ଘୁଞ୍ଚାଇଥିଲେ । ଆସନ୍ତା ଜନଗଣନା ଖୁବ୍ ଶୀଘ୍ର କରାଯିବାକୁ ଯୋଜନା ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଣାପଡ଼ିଛି ।

ଆଗାମୀ ଡିଜିଟାଲ ଜନଗଣନା ପାଇଁ ମୋବାଇଲ ଆପ୍ ଏବଂ ସେନସସ ପୋର୍ଟାଲ ପ୍ରସ୍ତୁତ ହୋଇଯାଇଛି । ଏଥର ଜନଗଣନା ପାଇଁ କେନ୍ଦ୍ର ସରକାର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗକୁ କେବଳ ଜାତି ଭିତ୍ତିକ ଜନଗଣନା ପାଇଁ ତାଲିକାଭୁକ୍ତ କରିଛନ୍ତି।

ବିହାର, ମହାରାଷ୍ଟ୍ର ଏବଂ ଓଡ଼ିଶା ଆସନ୍ତା ଜନଗଣନାରେ ଜାତି ଭିତ୍ତିକ ଜନଗଣନା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ କିଛି ବିଶେଷ ଉତ୍ତର ରାଜ୍ୟ ମାନଙ୍କୁ ମିଳିନାହିଁ ।

Leave a Reply

Your email address will not be published. Required fields are marked *