ଏଣିକି ଶତ ପ୍ରତିଶତରେ ଚାଲିବ ଓଡ଼ିଶା ହାଇକୋର୍ଟ

Top Storise ରାଜ୍ୟ

କଟକ : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସଂକ୍ରମଣ କମୁଥିବାରୁ ଏବେ କଟକଣା ବି କିଛିଟା କୋହଳ ହେଲାଣି । ଦୈନିକ ସଂକ୍ରମଣ ଧୀରେ ଧୀରେ ତଳମୁହାଁ ହେଉଥିବା ବେଳେ, ଏବେ ହାଇକୋର୍ଟ ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପଜିଟିଭିକୁ ଦୃଷ୍ଟିରେ ରଖି ଏଣିକି ପୂର୍ଣ୍ଣମାତ୍ରାରେ ଚାଲିବ ଓଡ଼ିଶା ହାଇକୋର୍ଟ । ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ୍‌ରେ କୋର୍ଟ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୭ ତାରିଖରୁ ଶତ ପ୍ରତିଶତରେ ଚାଲିବ ହାଇକୋର୍ଟ । ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ଗତ ଜାନୁଆରୀ ୧୦ ତାରିଖରୁ ଫେବ୍ରୁଆରୀ ୪ ତାରିଖ ପର୍ଯ୍ୟନ୍ତ କେବଳ ଭିଡିଓ କନଫରେନ୍ସ ଜରିଆରେ ଚାଲୁଥିଲା ହାଇକୋର୍ଟ । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲୁଥିଲା କୋର୍ଟଙ୍କ ଶୁଣାଣି । ଏବେ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଥିବାରୁ ଶତ ପ୍ରତିଶତରେ ହାଇକୋର୍ଟ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *