ଘୋଷଣା ହେଲା ଓଡ଼ିଶା ରଣଜୀ ଦଳ, ଶୁଭ୍ରାଂଶୁ ସେନାପତି ଅଧିନାୟକ

Top Storise ରାଜ୍ୟ

କଟକ: ଆଜି ଘୋଷଣା ହେଲା ୧୭ ଜଣିଆ ବିଶିଷ୍ଟ ଓଡ଼ିଶା ରଣଜୀ ଅଭିଜ୍ଞ ଶୁଭ୍ରାଂଶୁ ସେନାପତିଙ୍କ ମୁଣ୍ଡରେ ରହିଛି ଅଧିନାୟକ ଭାର। ଉଭୟ ଜୁନିୟର ଓ ସିନିୟରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ଓଡ଼ିଶା।

ଦଳରେ ବ୍ୟାଟିଂ ଲାଇନ ଅପ୍‌ରେ ରହିଛନ୍ତି ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ଶୁଭ୍ରାଂଶୁ ସେନାପତି, ଗୋବିନ୍ଦ ପୋଦାର, ଅଭିଷେକ ରାଉତ, ରାକେଶ ପଟ୍ଟନାୟକ ସ୍ଥାନ ପାଇଛନ୍ତି। ଠିକ୍‌ ସେହିପରି ବୋଲିଂ ଅର୍ଡରରେ ଦେବବ୍ରତ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, ବସନ୍ତ ମହାନ୍ତି ସୁଭମ ନାୟକ ରହିଛନ୍ତି। ନୂଆ ମୁଁହ ହିସାବରେ ସ୍ୱସ୍ତିକ ସାମଲ, ତାରିଣୀ ସା, କାର୍ତ୍ତିକ ବିଶ୍ୱାଳ, ସୌରଭ କନୋଜିଆ ଚଳିତବର୍ଷ ରଣଜୀ ସିଯିନରେ ଓଡ଼ିଶା ପକ୍ଷରୁ ନଜର ଆସିବେ।

ଅନ୍ୟପଟେ କିପିଂରେ ଅଭିଜ୍ଞ ରାଜେଶ ଧୂପର ଓ ସୁଜିତ ଲେଙ୍କା ଦଳରେ ସ୍ଥାନ ପାଇଛନ୍ତି। ସିଯିନର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଦଳ ଆଜି ଘୋଷଣା ହୋଇଛି। ପ୍ରଥମ ମ୍ୟାଚ ଆସନ୍ତା ୧୩ ତାରିଖରେ ବରୋଦା ବିପକ୍ଷରେ ଖେଳାଯିବାକୁ ଥିବା ବେଳେ ୨୦ ତାରିଖରେ ହେବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଉତ୍ତରାଖଣ୍ଡକୁ ଭେଟିବ ଓଡ଼ିଶା। ତେଣୁ ଏହି ଦଳ ନିଶ୍ଚୟ ରଣଜୀ ସିଯିନରେ ଭଲ ପଦର୍ଶନ କରିବ ବୋଲି ଆଶା ରଖିଛି ଓସିଏ।

Leave a Reply

Your email address will not be published. Required fields are marked *