ଚାଲିଥିଲା ଭୋଜି, ଉଭା ହେଲେ ତହସିଲଦାର: ତାପରେ…

Top Storise ରାଜ୍ୟ

ବେଗୁନିଆପଡା (ଦେବାଶିଷ ମହାରଣା) : କରୋନା କାଳରେ ବାହାଘର ପାଇଁ ସରକାରଙ୍କ ପକ୍ଷରୁ ଭୋଜି ଉପରେ କଟକଣା ଜାରି କରାଯାଇଛି । କେହି କେହି କଟକଣା ପାଳନ କରୁଥିବାବେଳେ କେହି କଟକଣାକୁ ଫୁ କରି ଉଡେଇ ଦେଉଥିବା ଦେଖିବାକୁ ମିଳିଛି । ଏପରି ଆମାନିଆଙ୍କ ପାଇଁ ଅଂଟା ଭିଡିଛନ୍ତି ପ୍ରଶାସନିକ ଅଧିକାରୀ ।

ଗଂଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ସାତନଳ ଗ୍ରାମରେ ସରକାରଙ୍କ କଟକଣାକୁ ଫୁ କରି ଭୋଜିଭାତର ଆସର ଚାଲିଥିବାବେଳେ ପଞ୍ଝା ମାରିଛନ୍ତି ତହସିଲଦାର ଅବନୀ କୁମାର ସାହୁ । ଆୟୋଜନକୁ ପରଖିବା ପରେ ଏହା ଆନୁମାନିକ 200 ଜଣରୁ ଅଧିକ ଲୋକଙ୍କ ପାଇଁ ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଥିଲା । ଏହା ସହ କେହି ହେଲେ ମାସ୍କ ପରିଧାନ କରିନଥିବା ଦେଖିବାକୁ ମିଳିଥିଲା । ତହସିଲଦାର ଚଢ଼ାଉ ପରେ ଉକ୍ତ ପରିବାରକୁ 25 ହଜାର ଟଙ୍କାର ଜୋରିମାନା କରାଯାଇଛି । ପ୍ରଶାସନିକ ଅଧିକାରୀଙ୍କ ଏପରି ପ୍ରୟାସକୁ ଅଂଚଳରେ ବେଶ ପ୍ରଶଂସା କରାଯାଉଥିବାବେଳେ ଏପରି ଆମାନିଆଙ୍କ ପାଇଁ ସଂକ୍ରମଣ ବୃଦ୍ଧି ପାଇ ପାରେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *