ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରିର ବିବାଦ ଉପରେ କୋର୍ଟଙ୍କ ତଦାରଖ ପାଇଁ ଅଗଷ୍ଟ ୫ରେ ସୁପ୍ରିମକୋର୍ଟ ଏକ ପିଟିସନ୍ ଶୁଣାଣି କରିବେ।
ଜୁଲାଇ ୩୦ରେ ହୋଇଥିବା ଏକ ଶୁଣାଣିରେ ପ୍ରଧାନ ବିଚାରପତି ଏନ ଭି ରାମଣାଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଏହି ମାମଲାରେ ଆବେଦନକାରୀଙ୍କ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ କପିଲ ସିବଲଙ୍କ ଦାଖଲ ଉପରେ ଧ୍ୟାନ ଦେଇଥିଲେ। ସର୍ବୋଚ୍ଚ ଅଦାଲତ ଏକମତ ହୋଇଥିଲେ ଯେ ଏହା ଏକ ବଡ ପ୍ରସଙ୍ଗ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଶୁଣାଣି ହେବା ଆବଶ୍ୟକ।
ଇସ୍ରାଏଲ୍ କମ୍ପାନୀ ଏନ୍ଏଓ ଦ୍ବାରା ପ୍ରସ୍ତୁତ ପେଗାସସ୍ ସ୍ପାଏୱେର ବ୍ୟବହାର କରି ଅନେକ ଭାରତୀୟଙ୍କ ରାଜନେତା, ଆଇନଜୀବୀ, ସାମାଜିକ କର୍ମୀ ଏବଂ ସାମ୍ବାଦିକ ଫୋନ୍ ହ୍ୟାକ୍ କରି ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗ ହୋଇଛି।

