ଯାତ୍ରୀ ମାସ୍କ ପିନ୍ଧିବାକୁ ମନା କରିବାରୁ ଅଧାବାଟରୁ ଫେରିଗଲା ବିମାନ

Top Storise ଦେଶ- ବିଦେଶ

ୱାସିଂଟନ୍: ଜଣେ ଯାତ୍ରୀ ମାସ୍କ ପିନ୍ଧିବାକୁ ମନା କରିବାରୁ ଅଧାବାଟରୁ ଫେରିଗଲା ବିମାନ । ଗୁରୁବାର ଆମେରିକୀୟ ଏୟାରଲାଇନର ଏକ ଯାତ୍ରୀବାହୀ ଜେଟ୍ ବିମାନ ମିଆମାରରୁ ଲଣ୍ଡନ ଅଭିମୁଖେ ଯାଉଥିବା ସମୟରେ ଅଧାବାଟରୁ ଫେରିଯାଇଛି ।

ଏୟାରଲାଇନ୍ ବିବୃତି ଅନୁସାରେ ଜଣେ ଯାତ୍ରୀ ‘ଫେଡେରାଲ ମାସ୍କ ରିକ୍ୱାରମେଣ୍ଟ’ ନିୟମକୁ ମାନିବାକୁ ମନା କରିବାରୁ ଏୟାରଲାଇନ୍ସ ବିମାନ ୩୮ ମିଆଇମିକୁ ଫେରିଯାଇଛି ।

ଏହି ବିମାନରେ ୧୨୯ ଜଣ ଯାତ୍ରୀଙ୍କ ସହ ୧୪ ଜଣ ପରିଚାରକ ଥିଲେ । ବୋଇଙ୍ଗ ୭୭୭ ବିମାନଟି ମିଆମାରରେ ଅବତରଣ କରିବା ବେଳକୁ ଏରୋଡ୍ରମରେ ପୋଲିସ ପହଞ୍ଚି ଯାଇଥିଲା । ବିମାନଟି ଅବତରଣ କଲା ପରେ ପୋଲିସ ସେଠାରେ ସେହି ଅବାଧ୍ୟ ଯାତ୍ରୀଙ୍କୁ ଗିରଫ କରିଥିଲା ।
ଯୁକ୍ତରାଷ୍ଟ୍ର ଆମେରିକାର ଘରୋଇ ବିମାନରେ ମାସ୍କ୍-ପରିଧାନ ବାଧ୍ୟତାମୂଳକ କରିଥିବା ‘ଫେଡେରାଲ୍ ନିୟମ’ ଉଲ୍ଲଂଘନକାରୀ ବ୍ୟକ୍ତିମାନଙ୍କ ପ୍ରତି ଶାସ୍ତି ବିଧାନ କରାଯିବ ବୋଲି ୨୦୨୧ ଜାନୁଆରିରେ ‘ଦି ଫେଡେରାଲ୍ ଏଭିଏସନ୍ ଆଡ୍ମିନିଷ୍ଟ୍ରେସନ୍’ କହିଥିଲା।

ମାସ୍କ୍ ପିନ୍ଧିବାକୁ ମନା କରୁଥିବା ଯାତ୍ରୀମାନଙ୍କ ସହ ବିମାନ ପରିଚାରକମାନଙ୍କର ବାକ୍ବିତଣ୍ଡା ଏବଂ ଧସ୍ତାଧସ୍ତି ହେବାରୁ ଉପରୋକ୍ତ ନିୟମ ପ୍ରଣୟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *