ଉଲ୍ଲେଖନୀୟ ସେବା ପାଇଁ ୪୦ ଜଣଙ୍କୁ ସମ୍ମାନିତ କଲେ ପୋଲିସ ଡିଜି

Top Storise ରାଜ୍ୟ

ରାଉରକେଲା : ରାଉରକେଲା ଗସ୍ତ କରି ୪୦ ଜଣ ପୋଲିସ ଅଫିସର, ପୋଲିସ କର୍ମଚାରୀ ଓ ପରିବାର ସଦସ୍ୟଙ୍କୁ ସମ୍ମାନିତ କରିଛନ୍ତି ପୋଲିସ ଡିଜି । ସମ୍ବଲପୁର, ବରଗଡ, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଓ ରାଉରକେଲା ପୋଲିସ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୋଲିସ ଅଫିସର ଓ ପୋଲିସ କର୍ମଚାରୀଙ୍କୁ ପୋଲିସ ଡିଜି ସମ୍ମାନିତ କରିଛନ୍ତି । କୋଭିଡରେ ପ୍ରାଣ ହରାଇଥିବା ପୋଲିସ ଅଫିସର ଓ ପୋଲିସ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପୋଲିସ ଡିଜି ସମ୍ମାନିତ କରିଛନ୍ତି । ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୋଲିସ ଅଫିସର ଓ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି ।

ରାଉରକେଲା ଏସପି ମୁକେଶ କୁମାର ଭାମୁ, ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର, କମାଣ୍ଡାଣ୍ଟ ବ୍ରଜକିଶୋର ମିଶ୍ର, ଆଶିଷ କୁମାର ଦୁବେ, ପଦ୍ମପୁର ଏସଡିପିଓ ପ୍ରଦୀପ କୁମାର ସାହୁ, ଡିଏସପି ହିମାଂଶୁ ଭୁଷଣ ବେହେରା, ଡିଏସପି ସୁଧାଂଶୁ ଶେଖର ପୂଜାରୀ, ଡିଏସପି ସଦାନନ୍ଦ ପାଣୀଙ୍କୁ ସମ୍ମାନିତ କରାଯାଇଛି । ଏହାସହ ଇନ୍ସପେକ୍ଟର ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି, ସୁଶାନ୍ତ କୁମାର ପରିଡା, ରୋଜାଲିନ ପଟେଲ, ଦିଲ୍ଲିପ କୁମାର ସାହୁ, ସବ ଇନ୍ସପେକ୍ଟର ବିକାଶ ରଞ୍ଜନ ସ୍ବାଇଁ, ପ୍ରଦ୍ୟୁମ୍ନ କୁମାର ସ୍ବାଇଁ, ଧବଳେଶ୍ବର ସାହୁଙ୍କ ସହ କୋଭିଡରେ ମୃତ୍ୟୁ ବରଣ କରିଥିବା ପୋଲିସ ଅଫିସର ଓ ପୋଲିସ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ କରାଯାଇଛି ।

Leave a Reply

Your email address will not be published. Required fields are marked *