ସ୍ପୁନ୍‌ର ଦାମ୍‌ ୨ ଲକ୍ଷ!

Top Storise ଦେଶ- ବିଦେଶ

ଲଣ୍ଡନ: ନିକଟରେ ଲଣ୍ଡନରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଏହି ଘଟଣା ଜଣେ ବ୍ୟକ୍ତିଙ୍କ ଜୀବନ ରାତାରାତି ବଦଳେଇଦେଇଛି। ନିକଟରେ ଜଣେ ବ୍ୟକ୍ତି ଲଣ୍ଡନ ରାସ୍ତାରେ ଏକ କାର୍ ବୁଟ୍ ବିକ୍ରୟରୁ ମାତ୍ର ୯୦ ପଇସା ଦେଇ ଏକ ପୁରୁଣା ପତଳା ଚାମଚ କିଣିଥିଲେ ଏବଂ ପରେ ଏହାକୁ ଅନଲାଇନ୍ ନିଲାମ ସମୟରେ ୨ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ।

ଏହି ବ୍ୟକ୍ତି ଜଣକ ଚାମଚକୁ “ଇକିଆ-ଷ୍ଟାଇଲ୍ କଟଲିରି” ମଧ୍ୟରେ ପଡ଼ିଥିବାର ଦେଖିଲେ ଯାହାକୁ ସେ ୯୦ ପଇସାରେ କିଣିଥିଲେ। କିନ୍ତୁ ଏହି ଚାମର ଲୁକ୍‌ ସେତେଟା ଆକର୍ଷଣୀୟ ନ ହେଇଥିଲେ ମଧ୍ୟ ଏହା ଏକ ବିରଳ ମଧ୍ୟଯୁଗୀୟ ଚାମଚ ବୋଲି ସେ ଜାଣିପାରିଥିଲେ।

ଉକ୍ତ ବ୍ୟକ୍ତି ଜଣକ ନିଲାମକାରୀଙ୍କ ନିକଟକୁ ଯାଇ ଚାମଚକୁ ନିଲାମ ପାଇଁ ପଞ୍ଜୀକୃତ କରିଥିଲେ। ଏହି ଚାମଚର ଲମ୍ବ ୫ ଇଞ୍ଚ। ଯାଞ୍ଚ ପରେ ଏହା ୧୩ ତମ ଶତାବ୍ଦୀର ଏକ ରୂପା ଚାମଚ ବୋଲି ଜଣାପଡ଼ିଥିଲା। ଚାମଚକୁ ୧,୯୭,୦୦୦ ଟଙ୍କାରେ ବିକ୍ରି କରାଯାଇଥିଲା। ଚାମଚର ମୂଲ୍ୟ ୨ ଲକ୍ଷ ଟଙ୍କା ଅତିକ୍ରମ କରିଛି।

Leave a Reply

Your email address will not be published. Required fields are marked *