ରାଜ୍ୟରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି; ବିଧାନସଭାରେ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

Top Storise ରାଜ୍ୟ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍କୁଲରେ ଶିକ୍ଷକ ମାନଙ୍କର ଘୋର ଅଭାବକୁ ନେଇ ଆଜି ବିଧାନସଭାରେ ଗଭୀର ଉଦବେଗ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସ୍କୁଲରେ ଶିକ୍ଷକ ଅଭାବ ହେବ ନାହିଁ। ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ ହଜାର ୭୫ଟି ଉଚ୍ଚ ବିଦ୍ୟାଳୟ, ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ୪୬୧ ଉଚ୍ଚ ବିଦ୍ୟାଳୟ ଏବଂ ତୃତୀୟପର୍ଯ୍ୟାୟରେ ୨ ହଜାର ୩୩୬ ଉଚ୍ଚ ବିଦ୍ୟାଳୟକୁ ପାଇଭ୍‍-ଟି ରୂପାନ୍ତରିତ କାର୍ଯ୍ୟକ୍ରମରେ ରୂପାନ୍ତରଣ କରାଯାଇଛି ବୋଲି ଆଜି ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ପ୍ରକାଶ କରିଛନ୍ତି।

ମନ୍ତ୍ରୀ କହିଛନ୍ତି ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ବୃଦ୍ଧି ହେତୁ ଆବଶ୍ୟକ ଅତିରିକ୍ତ ଶ୍ରେଣୀ ଗୃହ, ନିର୍ମାଣ ନିୟମ ଅନୁଯାୟୀ ଅନୁଧ୍ୟାନ କରି ବିହିତ ପଦକ୍ଷେପ ନିଆଯାଉଛି। ଅଦ୍ୟାବଧି ମୋ ସ୍କୁଲ ଯୋଜନାରେ ୯୬୩ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ୨ ହଜାର ୮୧୦ଟି ଏବଂ ସମଗ୍ର ଶିକ୍ଷା ମାଧ୍ୟମରେ ୨୦୦ଟି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ଗୃହକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *