କେନ୍ଦୁଝର : ବାଡ଼ ଯଦି ଫସଲ ଖାଏ କଣ ହୁଏ? ଏକଥା ପଚାରିବାର ତାପର୍ଯ୍ୟ ହେଉଛି, କେନ୍ଦୁଝର ଜିଲ୍ଲାରେ କିଛି ଚୁଟିଆ ମୂଷା ସବୁ ଖାଇ ସଫା କରି ଦେଲେନି। ଏବେ ଯେତେ ଯାହା କଲେବି ସେଗୁଡିକ ଆବଜ ହେଉଛି। ଆଉ ଯେଉଁ ଶବ୍ଦ ହେଉଛି ତାହା ଏବେର ଜଗୁଆଳିଙ୍କୁ କାଳ ହେଉଛି।
ମେଡିକାଲ କଲେଜରେ ଚାକିରି ଦେବାକୁ କହି କୋଟି କୋଟି ଲୁଟ୍ କରିଥିବା ଘଟଣାରେ 3- 4 ଜଣ ବନ୍ଧା ହେଇଛନ୍ତି। ଏକଥା ପ୍ରାୟ ତ ସଭିଙ୍କୁ ଜଣା। ଏବେ ଅପେକ୍ଷା ଆଉ ଯେଉଁ ଚୁଟିଆ ମୂଷା ରହିଛନ୍ତି ତାଙ୍କୁ କେବେ ବାନ୍ଧିବ କେନ୍ଦୁଝର ପୋଲିସ। ଚାଲନ୍ତୁ ଏକ ଘଟଣା ବିଷୟରେ ଜାଣିବା। ଆଜି ଏକ ଖବର କାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ତେଲକୋଇ chc ରେ କାମ କରୁନି ଶବ ବ୍ୟବଚ୍ଛେଦ ଗୃହ। କାରଣ ହେଉଛି ଏଥକୁ ଡାକ୍ତର ଆସିବା ପାଇଁ ପଛ ଘୁଞ୍ଚା ଦେଉଛନ୍ତି। ସେ ଘର ଟି କୁଆଡେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। ସରୀସୃପ ଭର୍ତ୍ତି ହୋଇଯାଇଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ୭୦ କିଲୋମିଟର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଛି।
ଏଠି କଥା ଉଠୁଛି, ଯେଉଁ ବ୍ଲକରେ ଖଣି, ଯେଉଁ ବ୍ଲକ ଜଙ୍ଗଲ ପାହାଡ ମଝିରେ, ଯେଉଁଠି ଲୋକେ ଭଲରେ ଖାଇବା ପାଇଁ ଦି ମୁଠା ପାଉ ନାହାଁନ୍ତି, ସେଠାକାର ଲୋକେ ୭୦ କିଲୋମିଟର ଶବ ବ୍ୟବଚ୍ଛେଦ ପାଇଁ ନେବେ ଯଦି ନେବେ କିପରି। ସେ ଏକା ଭିନ୍ନ ପ୍ରସଙ୍ଗ, କିନ୍ତୁ କୁଆଡେ ଗତ ସରକାରରେ ରାଜ୍ୟରେ ପୁଳାପୁଳା ଯୋଜନା ହେଇଥିଲା, ମେଞ୍ଚମେଞ୍ଚା ଉନ୍ନତି ହେଇଥିଲା। ସେ ସବୁ କଣ କେବଳ ରାଜଧାନୀ ଆଉ ଜିଲ୍ଲା ମୁଖ୍ୟାଳୟରେ? ଏପରିକି ଏବେର ଜିଲ୍ଲା ମୁଖ୍ୟ ତଥା ଜିଲ୍ଲାପାଳ ଶହଶହ କୋଟି ଟଙ୍କା ରାଜ୍ୟକୁ ଦେଉଥିଲେ। ତେବେ କଣ ନିଜ ଜିଲ୍ଳା ଚିତ୍ର ଦେଖା ଯାଉ ନଥିଲା କି? ଯଦି ଦେଖା ଯାଉଥିଲା ତେବେ ଆଜି ଖବର କାଗଜରେ ଏ ଘଟଣା ଆସିବାର କାରଣ କଣ?
ଏବେ ଆସିବା ଏବେର ଘଟଣା ଉପରେ, ଯଦି ଏହା ଜରାଜୀର୍ଣ୍ଣ ଯୋଇ ପଡ଼ିଛି ନୁଆ ସରକାର ଆସିବାର ଦେଢ଼ ବର୍ଷ ଅତିକ୍ରମ କଲାଣି, ଜିଲ୍ଲାପାଳ ତ ନିର୍ବାଚନ ପୂର୍ବରୁ ପରିବର୍ତ୍ତନ ହେଇଛନ୍ତି, ତେବେ କିପରି ଏହା କାହା ନଜରରେ ଆସିଲା ନାହିଁ?
ଏଠି ପ୍ରଶ୍ନ,
କାହିଁକି ଏସବୁ କାହା ନଜରରେ ଆସୁନାହିଁ?
ଜିଲ୍ଲାପାଳ ବ୍ୟତୀତ ଆଉ କେହି ଅଧିକାରି କଣ କର୍ମକ୍ଷେତ୍ର ପରିଦର୍ଶନ କରୁ ନାହାଁନ୍ତି କି?
ଗରିବ ଲୋକଙ୍କୁ ଧୂଳି ଧୂଆଁ ଦେଇ ମାରିବା ପରେ ଚିକିତ୍ସା ନଦେବାକୁ କିଏ ମସୁଧା କରିଛି କି?
ତେବେ ଏବେ ସମୟ ଆସିଛି, ନୁଆ ବିଧାୟକ, ନୁଆ ଜିଲ୍ଲାପାଳ କେବଳ ତେଲକୋଇ ନୁହଁ ପୁରା ଜିଲ୍ଲା ବୁଲି ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ। ଅପେକ୍ଷା କେବେ କେନ୍ଦୁଝର ହେବ ସୁନାର କେନ୍ଦୁଝର।

