ପୁଣି ଘୁଞ୍ଚିଲା ଫିଲ୍ମ ‘ଜର୍ସି’ର ରିଲିଜ ଡେଟ୍‌

Top Storise ମନୋରଞ୍ଜନ

ମୁମ୍ବାଇ: ଶାହିଦ କପୁର ଏବଂ ମୃଣାଲ ଠାକୁର ତାଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଅନେକ ଦିନର ଅପେକ୍ଷା ପରେ ଫିଲ୍ମଟି ଡିସେମ୍ବର ୩୧ରେ ରିଲିଜ ହେବାର ଥିଲା। କିନ୍ତୁ ଦେଶରେ ବଢୁଥିବା କୋଭିଡ ଏବଂ ଓମିକ୍ରନ୍ ମାମଲା ହେତୁ ଜର୍ସିର ରିଲିଜ୍ ତାରିଖ ପୁଣି ଥରେ ଘୁଞ୍ଚାଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ଫିଲ୍ମ ନିର୍ମାତାମାନେ ଏକ ସରକାରୀ ବିବୃତ୍ତି ପ୍ରକାଶ କରିଛନ୍ତି।

ଦେଶରେ କୋଭିଡ ଏବଂ ଓମିକ୍ରନ୍ ମାମଲା ବଢିବା ସହିତ କେତେକ ରାଜ୍ୟ ଥିଏଟର, ସ୍ପା, ଜିମ୍ ଇତ୍ୟାଦି ସର୍ବସାଧାରଣ ସମାବେଶର ସ୍ଥାନ ବନ୍ଦ କରିବା ଆରମ୍ଭ କରି ଦେଇଛନ୍ତି। ସେହି କାରଣରୁ ଶାହିଦ କପୁର ଏବଂ ମୃଣାଳ ଠାକୁର-ଷ୍ଟାରର ଜର୍ସିର ନିର୍ମାତାମାନେ ଫିଲ୍ମର ରିଲିଜକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହାସହିତ ନୂଆ ରିଲିଜ ଡେଟ୍‌ ଖୁବ୍‌ ଶୀଘ୍ର ଘୋଷଣା କରାଯିବା ନେଇ ସେମାନେ ଘେଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *