ସଟର ଟେକୁ ଟେକୁ ଶପିଂ ମଲରେ ରେଡ୍ ଚାଲିଛି ଛାନଭିନ୍

Top Storise ରାଜ୍ୟ

ଭୁବନେଶ୍ୱର: ରବିବାର ଛୁଟି ଦିନ । ମଉକା ଦେଖି ବେପାର ପାଇଁ ତୟାର ଥିଲେ ମଲ୍ କର୍ତ୍ତୃପକ୍ଷ । ଏ ନେଇ ସଅଳ ସପିଂ ମଲର ସଟର ଟେକି ବେପାର କରିବାକୁ ସଜ ହୋଇ ସାରିଥିଲେ । ହେଲେ ଗ୍ରାହକ ବଦଳରେ ତଦନ୍ତକାରୀ ଟିମର ସାମ୍ନା କରିବାକୁ ପଡିଛି ରସୁଲଗଡ ସ୍ଥିତ ଏସପ୍ଲାନେଡ ମଲ୍ କର୍ତ୍ତୃପକ୍ଷଙ୍କୁ ।  ସକାଳ ୧୦ଟା ବେଳେ ପ୍ରଥମ ସଟର ଖୋଲୁ ଖୋଲୁ ଅଚାନକ ପହଞ୍ଚିଥିଲେ ଫାୟାର ସର୍ଭିସର ଟିମ୍।

ଏଏଫଓ ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ବରେ ଏକ ସ୍କ୍ୱାର୍ଡ ଟିମ୍ ପହଞ୍ଚି ହଠତ ଆରମ୍ଭ କରିଥିଲେ ଛାନଭିନ। ଧିରେ ଧିରେ ମଲକୁ ଲୋକଙ୍କ ଭିଡ ବଢୁଥାଏ। ଫାୟାର ଟିମକୁ ଦେଖି ଲୋକଙ୍କ ଭୟ ବି ବଢୁଥାଏ।ଅନେକ ଆସି ପଚାରୁଥାନ୍ତି କଣ ଘଟିଛି କି।ଯେହେତୁ ମଲରେ ଅଗ୍ନିଶମ ଟିମର ଛାନଭିନ ଚାଲିଥାଏ।ଯଦି କୋଣସି ଅଗ୍ନିକାଣ୍ଡ ଜନିତ ଅଘଟଣ ଘଟେ ମୁକାବିଲା କରିବାକୁ କଣ ଅଛି ମଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସେ ନେଇ ଗୋଟି ଗୋଟି ଯାଞ୍ଚ ଆରମ୍ଭ କରିଥିଲେ ଅଗ୍ନିଶମ ଅଧିକାରୀ।

ଅର୍ଥାତ ହଠାତ ନିଆଁ ଲାଗିଲେ ସ୍ମୋକ ଡିଟେକ୍ଟର ଠିକରେ କାମ କରୁଛି କି ନାହିଁ। ଜନ ସାଧାରଣଙ୍କୁ ସୁଚିତ କରିବାକୁ ଆଲାର୍ମ ସିଷ୍ଟମ ରହିଛି କି ନାହିଁ। ଏଥିପାଇଁ ମଲରେ ଥିବା ଲୋକଙ୍କୁ ଅବଗତ ରାଇବାକୁ ପବ୍ଲିକ ଆଡ୍ରେସ ସିଷ୍ଟମ ବା ମାଇକ ବା ସ୍ପିକର ବ୍ୟବସ୍ଥା କ’ଣ ରହିଛି। ଏଥିସହ ନିଆଁ ଲିଭାଇବା ପାଇଁ ଫାୟାର ଏକ୍ସଟନଗୁଇସର ସହ ମଲରେ ଓ୍ବାଟର ଷ୍ଟୋରେଜ କାପାସିଟ ଠିକ ଠାକ ରହିଛି କି ନାହିଁ ପାଣି ଯିବା ଆସିବା କରୁଥିବା ଡାଉନ କମର ପାଇପ ସହ ସ୍ପ୍ରିଙ୍କଲର ବା ହାଇଡ୍ରାଣ୍ଟ ହୋଷ୍ଟ ପାଇପ ଠିକଠାକ କାମ କରୁଛି କି ନାହିଁ ସେ ନେଇ ଫାୟାର ଟିମ୍ କର୍ମଚାରୀ ଯାଞ୍ଚ କରିଛନ୍ତି।

ଏନେଇ ଏଏଫଓ ସୁଶାନ୍ତ କୁମାର ବିଶ୍ୱାଳ କହିଛନ୍ତି ଦୁଇଟି ସମୟରେ ଆମେ ମଲକୁ ଆସିଥାଉ । ଗୋଟିଏ ହେଲା ପୂର୍ବୁରୁ ମଲକୁ ଅବଗତ କରି ଆସିଥାଉ ମକଡ୍ରିଲ କରି ସଚେତନ କରାଉ। ଆଉ ଗୋଟିଏ ହେଲା ନ ଜଣେଇ ଆସୁ ଅର୍ଥାତ ଅଚାନକ ଆସି ଯାଞ୍ଚ କରୁ। ତେବେ ଏଥର ଆମେ ନ ଜଣାଇ ଆସି ଯାଞ୍ଚ କରିଛୁ।

ଚାରି ୫ଘଣ୍ଟା ଧରି ଚାଲିବ ଏହି ଯାଞ୍ଚ କିନ୍ତୁ ଏହି ମଲର ଫାୟାର‌ସେଫଟି ସାର୍ଟିଫିକେଟ ରହିଛି । ଏନେଇ ଯଦି ଯାଞ୍ଚ ବେଳେ କୌଣସି ନିୟମ ଉଲ୍ଲଂଘନ ହୋଇଥିବା ସାମ୍ନାକୁ ଆସେ ତାହେଲେ ନିୟମ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *