ମୁମ୍ବାଇ : ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ‘ଦୃଶ୍ୟମ୍ -୨’ର ସୁଟିଂ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମର ସୁଟିଂ ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫିଲ୍ମରେ ଲିଡ୍ ରୋଲରେ ଅଜୟ ଦେବଗନଙ୍କ ସହ ଆକ୍ଟିସ ଶ୍ରିୟା ସରନ୍ ନଜର ଆସିବେ ।ଏହି ମୁଭରେ ଅଭିନେତ୍ରୀ ତବୁ ମଧ୍ୟ ନଜର ଆସିବେ । ଫିଲ୍ମର ସୁଟିଂ ମୁମ୍ବାଇରେ ଚାଲିଛି ।
ଫିଲ୍ମ ଦୃଶ୍ୟମ୍ ୧୦୦ କୋଟିରୁ ଅଧିକ ଟଙ୍କା ବିଜନେସ୍ କରିଥିଲା ।ପରେ ଏବେ ପରଦାକୁ ‘ଦୁଶ୍ୟମ-୨’ ଆସିବ ।ଏହି ମୁଭି ପାଇଁ ଆଜିଠାରୁ ସୁଟିଂ ଆରମ୍ଭ ହୋଇଛି । ନିଜର ଅଫିସିଆଲ ଆକାଉଣ୍ଟରେ ଅଜୟ ଦେବଗନ୍ ‘ଦୃଶ୍ୟମ୍ -୨’ ସୁଟିଂ ସେଟର ଫଟୋ ପୋଷ୍ଟ କରିଛନ୍ତି । । ‘’ଦୃଶ୍ୟମ’’ ର ସଫଳତା ପରେ ଦୀର୍ଘ ୭ ବର୍ଷ ପରେ ’ଦୃଶ୍ୟମ’ର ସ୍ୱିକେଲ ଆସୁଛି ।ଏହି ମୁଭିର ନିର୍ଦ୍ଦେଶନା ଅଭିଶେଖ ପାଠକ ଦେଇଛନ୍ତି ।

