ମାନସିକ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଶ୍ରୀ ଜଗନ୍ନାଥ ସେବା ସଂସ୍ଥା

Top Storise ରାଜ୍ୟ

ମୟୁରଭଞ୍ଜ: ଶ୍ରୀ ଜଗନ୍ନାଥ ସେବା ସଂସ୍ଥାର ନିଆରା ଉଦ୍ୟମ। ଅବହେଳିତ ହୋଇ ପଡ଼ି ରହିଥିବା ମାନସିକ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଏହି ସଂସ୍ଥା।

ବାରିପଦା ଷ୍ଟେସନ ବଜାର ରେଳଷ୍ଟେସନଠାରେ ଏକ ମାନସିକ ରୋଗୀ ବହୁ ଦିନରୁ ଅବହେଳିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା। ମାତ୍ର ଜନସାଧାରଣ ନା ପ୍ରଶାସନ କାହାର ଦୃଷ୍ଟି ପଡ଼ୁନଥିଲା। କିଛି ସ୍ଥାନୀୟ ଅଧିବାସୀଙ୍କଠାରୁ ଖବର ପାଇ ଶ୍ରୀ ଜଗନ୍ନାଥ ସେବା ସଂସ୍ଥା ଓଡ଼ିଶାର ରାଜ୍ୟ ସଭାପତି ପରିତୋଷ ଦାଶ ସେଠାରେ ପହଞ୍ଚିଥିଲେ।

ସହରରେ ଦୁର୍ଗାପୂଜାର ମାହୋଲ ଚାଲିଛି। ଏହି ପବିତ୍ର ବିଜୟା ଦଶମୀ ଅବସରରେ ଶ୍ରୀ ଜଗନ୍ନାଥ ସେବା ସଂସ୍ଥା ତରଫରୁ ପରିତୋଷ ଦାଶଙ୍କ ନେତୃତ୍ୱରେ ଏହି ମାନସିକ ରୋଗୀର ଚୁଟି, ଦାଢ଼ି କାଟି ପରିଷ୍କାର କରି ନୂତନ ବସ୍ତ୍ର ପିନ୍ଧାଇଥିଲେ। ପରେ ତାର ମାନସିକ ରୋଗୀଙ୍କ ଆଶୁ ଚିକିତ୍ସା କରାଯାଇ ୧୦୮କୁ ଡାକି ପିଆରଏମ୍ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଥିଲା। ଏହାସହ ମାନସିକ ରୋଗୀର ଠିକ୍ ଭାବେ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ପରାମର୍ଶ କରିଥିଲେ। ସେବା କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ବାପୁ ପାତ୍ର, ସଦସ୍ୟ ସନୁ କଂ ସମତେ ସଦସ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *