ଦିଲ୍ଲୀ: ଦେଶର ଧାର୍ମିକ ପର୍ଯ୍ୟଟନସ୍ଥଳୀକୁ ପ୍ରୋତ୍ସାହିତ କରିବା ପାଇଁ ଆଇଆରସିଟିସି ଆରମ୍ଭ କରିଛନ୍ତି ପ୍ରଥମ ସ୍ୱତନ୍ତ୍ର ଶ୍ରୀ ରାମାୟଣ ରେଳଯାତ୍ରା । ଏହି ଟ୍ରେନ ଆଜି ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ ହୋଇଛି। ୧୭ଦିନିଆ ଏହି ଯାତ୍ରାରେ ଅଯୋଧ୍ୟା, ସୀତାମଢ଼ୀ ଏବଂ ଚିତ୍ରକୁଟ ସହିତ ଅନେକ ପ୍ରମୁଖ ସ୍ଥାନ ସାମିଲ ରହିଛି।ସୁରକ୍ଷା ସୁରକ୍ଷା ଦୃଷ୍ଟିକୋଣରୁ ପ୍ରତ୍ୟେକ କୋଚରେ ସିସିଟିଭି କ୍ୟାମେରା ଏବଂ ସୁରକ୍ଷା ଗାର୍ଡ଼ ମଧ୍ୟ ରହିଛନ୍ତି। ଟ୍ରେନରେ ଦୁଇଟି ଭଲ ରେଷ୍ଟୁରାଣ୍ଟ ରହିଛି।
ସୂଚନା ଅନୁସାରେ, ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ(ଆଇଆରସିଟିସି) ଧାର୍ମିକ ପର୍ଯ୍ୟଟନସ୍ଥଳୀକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ରାମାୟଣ ଯାତ୍ରା ଟ୍ରେନ ଯୋଜନା କରିଛି। କୋଭିଡ଼-୧୯ର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଯୋଜନା କରାଯାଇଛି । ଆଗାମୀ ମାସରେ ଆହୁରି ୪ଟି ଅନ୍ୟ ଟ୍ରେନ ଭିନ୍ନ ଭିନ୍ନ ଗନ୍ତବ୍ୟ ସ୍ଥଳୀକୁ ଯିବ।
ଅନ୍ୟାନ୍ୟ ପ୍ୟାକେଜଗୁଡ଼ିକରେ ୧୨ରାତି/୧୩ଦିନ ଶ୍ରୀ ରାମାୟଣ ଯାତ୍ରା ଏକ୍ସପ୍ରେସ୍ ଅନ୍ତର୍ଭୁକ୍ତ। ଏହା ନଭେମ୍ବର ୧୬ରେ ପ୍ରସ୍ଥାନ କରିବ। ଟ୍ରେନ ମଦୁରାଇରୁ ଦିଣ୍ଡିଗୁଲ, ତିରୁଚିଚିରାପଲ୍ଲୀ, କରୁର, ଏରୋଡ଼, ସେଲମ୍, ଜୋଲାରପେଟାଇ, କାଟାପାଡ଼ି, ଚେନ୍ନାଇ ସେଣ୍ଟ୍ରାଲ, ରେନିଗୁଣ୍ଟା ଏବଂ କୁଡ଼ପାହାଠାରେ ବୋର୍ଡ଼ିଂ ପଏଣ୍ଟରୁ ଆରମ୍ଭ ହେବ। ମଦୁରାଇକୁ ଫେରିବା ପୂର୍ବରୁ ଏହା ହାମ୍ପି, ନାସିକ୍, ଚିତ୍ରକୁଟ, ଆହ୍ଲାବାଦ ଏବଂ ବାରଣାସୀକୁ ଅତିକ୍ରମ କରିବ।
ଶ୍ରୀ ରାମାୟଣ ଯାତ୍ରା ଏକ୍ସପ୍ରେସ-ଶ୍ରୀ ଗଙ୍ଗନଗରର ୧୬ରାତି-୧୭ଦିନ ପ୍ୟାକେଜ ମଧ୍ୟ ଅଛି। ଏହି ଟ୍ରେନ ନଭେମ୍ବର ୨୫ରେ ଛାଡ଼ିବ। ଏହା ଉତ୍ତର ଭାରତର ପର୍ଯ୍ୟଟକଙ୍କୁ ଟାର୍ଗେଟ କରୁଥିବା ବଜେଟ ଟ୍ରେନ ମଧ୍ୟ ହେବ। ଏହି ଟ୍ରେନ ଶ୍ରୀ ଗଙ୍ଗନଗରରୁ ଅବୋହର-ମଲୌତ୍, ବଟିଣ୍ଡା, ବର୍ଣ୍ଣଲା, ପଟିଆଲା, ରାଜପୁରା, ଅମ୍ବାଲା କ୍ୟାଣ୍ଟା, କୁରୁକ୍ଷେତ୍ର, କରନାଲ, ପାନୀପତ୍, ଗୁଡ଼ଗାଓଁ, ରେବାଡ଼ି, ଅଲବର, ଜୟପୁର, ଆଗ୍ରା ଫୋର୍ଟ, ଇଟାୱା ଏବଂ କାନପୁରରେ ବୋର୍ଡ଼ିଂ ଓ ଡ଼ିବୋର୍ଡ଼ିଂ ପଏଣ୍ଟ ସହ ଶ୍ରୀ ଗଙ୍ଗାନଗରରୁ ଆରମ୍ଭ ହେବ। ଏହି ଟ୍ରେନ ଅଯୋଧ୍ୟା, ସୀତାମଢ଼ୀ, ଜନକପୁର, ବାରଣାସୀ, ପ୍ରୟାଗରାଜ ଏବଂ ଚିତ୍ରକୁଟ, ନାସିକ, ହମ୍ପି, ରାମେଶ୍ୱରମ୍, କାଞ୍ଚିପୁରନକୁ ଦେଇ କରି ବାରଣାସୀ ଫେରିବ।