ସିଙ୍ଗଲ୍‌ ଡୋଜ ଟିକା କୋଭିଡ ସଂକ୍ରମଣରୁ ସାମାନ୍ୟ ସୁରକ୍ଷା ଦେଇଥାଏ; ରିପୋର୍ଟ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ଗଙ୍ଗା ରାମ ହସପିଟାଲ ଦ୍ବାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ଡେଲଟା ଭାରିଆଣ୍ଟ ବୃଦ୍ଧି ସମୟରେ ସିଙ୍ଗଲ୍‌ ଡୋଜ ଟିକା କରୋନାରୁ ସୁରକ୍ଷା ପ୍ରଦାନ କରିବାରେ ସେତେଟା ସଫଳ ହୋଇନାହିଁ। ସିଙ୍ଗଲ୍‌ ଡୋଜ ଟିକା କୋଭିଡ ସଂକ୍ରମଣରୁ ସାମାନ୍ୟ ସୁରକ୍ଷା ଦେଇଥାଏ ବୋଲି ନୂତନ ଅଧ୍ୟୟନରୁ ଜଣାପଡିଛି।

ଅଧ୍ୟୟନରୁ ଜଣାପଡିଛି ଯେ କୋଭିଡ-୧୯ ମୃତ୍ୟୁକୁ ଏଡାଇବାରେ ୨ଟି ଡୋଜ କୋଭିଶିଲ୍ଡ ଟିକା ୯୭% ପ୍ରଭାବଶାଳୀ ଅଟେ।

“ନିକଟରେ ଭାରତରେ ଚିହ୍ନଟ ହୋଇଥିବା ଡେଲଟା ଭାରିଆଣ୍ଟ ସଂକ୍ରମଣରେ ଏକ ଅପ୍ରତ୍ୟାଶିତ ବୃଦ୍ଧି ଘଟିଥିଲା। ଏହି ବୃଦ୍ଧି ସମୟରେ କୋଭିଶିଲ୍ଡର ପ୍ରଭାବକୁ ଆକଳନ କରାଯାଇଥିବା ଅଧ୍ୟୟନରେ କୁହାଯାଇଛି।

Leave a Reply

Your email address will not be published. Required fields are marked *