ପଞ୍ଜୁରୀରୁ ଉଦ୍ଧାର ହେଲା ନାଗ ସାପ

Top Storise ରାଜ୍ୟ

ଭୁବନେଶ୍ୱର: ପଞ୍ଜୁରୀରେ ଫସିଲା ନାଗ ସାପ। ପୁରୁଣା ଭୁବନେଶ୍ୱରର ଭୀମ ଟାଙ୍ଗି ଅଞ୍ଚଳରୁ ଜଣଙ୍କ ଘରୁ ପୁଣି ଏକ ନାଗ ସାପ ଉଦ୍ଧାର କରାଯାଇଛି। ସାପଟି ପଞ୍ଜୁରୀରେ ପଶି ଚଢ଼େଇ ଖାଇଦେଇଥିଲା। ହେଲେ ସେଠାରୁ ବାହାରିପାରିନଥିଲା। ନାଗ ସାପର ଲମ୍ବ ପ୍ରାୟ ଅଢ଼େଇ ଫୁଟ ହେବ।

ଭୀମ ଟାଙ୍ଗି ଅଞ୍ଚଳର ମୁନା ମହାପାତ୍ରଙ୍କ ଘରେ ୬ଟି ବିଦେଶୀ ଜେବ୍ରା ଫିଞ୍ଚ ଚଢ଼େଇ ଏକ ପଞ୍ଜୁରୀ ଭିତରେ ରହିଥିଲା। ପଞ୍ଜୁରୀ ଭିତରେ ଏକ ନାଗ ସାପ ପଶି ଦୁଇଟି ଚଢ଼େଇକୁ ମାରି ଖାଇ ଦେଇଥିଲା। ଦୁଇଟି ଚଢ଼େଇ ମରି ପଡ଼ିଥିବାବେଳେ ଅନ୍ୟ ଦୁଇଟି ଜୀବନ ବିକଳରେ ଏପଟସେପଟ ଉଡ଼ୁଥିବା ଦେଖିଥିଲେ ମୁନା ମହାପାତ୍ର। ପରେ ସାପ ପଞ୍ଜୁରୀ ଜାଲି ଭିତରୁ ବାହାରିବା ପାଇଁ ଉଦ୍ୟମ କରିଥିଲା। ଏହି ସମୟରେ ସେ ଏକ ଝାଡ଼ୁ ଧରି ତା ବେଣ୍ଟକୁ ପଞ୍ଜୁରୀ ଭିତରେ ଭର୍ତ୍ତି କରି କାନ୍ଥ କଡ଼ରେ ଚାପି ଧରିଥିଲେ। ପରେ ପରିବାର ଲୋକ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ।

ସାପଟିର ପେଟ ଫୁଲି ଥିବାରୁ ଜାଲି ବାହାରକୁ ଆସିପାରୁନଥିବା ଦେଖିଥିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସିଲକା ସେଲୋନୀ ଓ ଆଶିଷ ବେହେରା। ପରେ ସିଲକା ସେଲୋନୀ ସ୍ନେକ ହୁକ ପଞ୍ଜୁରୀ ଭିତରେ ଭର୍ତ୍ତି କରି ନାଗସାପକୁ ବାହାରକୁ ଆଣିଥିଲେ। ସାପଟିକୁ ଏକ ବ୍ୟାଗ ଭିତରେ ଭର୍ତ୍ତି କରି ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି।

Leave a Reply

Your email address will not be published. Required fields are marked *