ଯୁକ୍ତ ୨ ପିଲା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣ ଲାଗି କେନ୍ଦ୍ରର ଅନୁମତି ଲୋଡିଲେ ରାଜ୍ୟ ସରକାର

Top Storise ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ପ୍ଲସ୍ ୨ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣ ପାଇଁ ଓଡିଶା ସରକାର କେନ୍ଦ୍ରରୁ ଅନୁମତି ଲୋଡିଛନ୍ତି।

ଏହି ଯୋଜନାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି।

ଟିକା ରେଜିଷ୍ଟ୍ରେସନ ନିୟମ କୋହଳ କରିବା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ନବ ଦାସ । ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳର ଲୋକଙ୍କ ପାଇଁ ରେଜିଷ୍ଟ୍ରେସନରେ ସମସ୍ୟା ରହୁଛି।  ତେଣୁ ଟିକାକରଣ ନେଇ ରାଜ୍ୟ ସରକାରଙ୍କୁ ଅଧିକ କ୍ଷମତା ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମନ୍ତ୍ରୀ ନବ ଦାସ।

Leave a Reply

Your email address will not be published. Required fields are marked *