କେନ୍ଦ୍ର ପରେ ଏହି ରାଜ୍ୟ ମଧ୍ୟ ହ୍ରାସ କଲେ ପେଟ୍ରୋଲ-ଡିଜେଲ ଦାମ୍, ଜାଣନ୍ତୁ କ’ଣ ରହିଛି ନୂଆ ଦର

Top Storise ଦେଶ- ବିଦେଶ

ନୁଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରେ ଶୁଳ୍କ ହ୍ରାସ କରିବା ପରେ କେରଳ ଏବଂ ରାଜସ୍ଥାନରେ ମଧ୍ୟ ରାଜ୍ୟ ସରକାର ପେଟ୍ରୋଲ-ଡିଜେଲ ଦର ହ୍ରାସ କରିଛନ୍ତି। ଶନିବାର କେରଳ ସରକାର ରାଜ୍ୟ ପେଟ୍ରୋଲ-ଡିଜେଲ ଦରରେ ୨.୪୧ ଟଙ୍କା ଏବଂ ୧.୩୬ ଟଙ୍କା ରାଜ୍ୟ ଶୁଳ୍କ ହ୍ରାସ କରିଛନ୍ତି। ସେହିଭଳି ରାଜସ୍ଥାନ ସରକାର ମଧ୍ୟ ପେଟ୍ରୋଲରେ ୨.୪୮ ଟଙ୍କା ଏବଂ ଡିଜେଲରେ ୧.୧୬ଟଙ୍କା ହ୍ରାସ କରିଛନ୍ତି।

ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ୮ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ୬ ଟଙ୍କା ହ୍ରାସ ନେଇ ଘୋଷଣା କରିବା ପରେ ଦୁଇ ରାଜ୍ୟ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ହ୍ରାସ ସହ ରାଜସ୍ଥାନରେ ବର୍ତ୍ତମାନ ପେଟ୍ରୋଲ ୧୦୮.୪୮ ଟଙ୍କା ଏବଂ ଡିଜେଲ ୯୩ ଟଙ୍କା ପ୍ରତି ଲିଟର ମିଳୁଛି। ଏନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ଟୁଇଟ୍ କରୁି ସୂଚନା ଦେଇଛନ୍ତି।

ଆଜି ଦେଶର ପ୍ରମୁଖ ମହାନଗରି ଦିଲ୍ଲୀରେ ପେଟ୍ରୋଲର ଦାମ୍ ୯୬ ପ୍ରତି ଲିଟର ଏବଂ ଡିଜେଲ ୮୯.୬୨ ପ୍ରତି ଲିଟର ରହିଛି। ମୁମ୍ବାଇରେ ପେଟ୍ରୋଲ ଦାମ୍ ୧୧୧.୩୫ ଏବଂ ଡିଜେଲ ୯୭.୨୮ ପ୍ରତି ଲିଟର ରହିଛି। କୋଲକାତାରେ ପେଟ୍ରୋଲର ମୂଲ୍ୟ ୧୦୬.୦୩ ଟଙ୍କା ଥିବାବେଳେ ଡିଜେଲର ଲିଟର ପିଛା ୯୨.୭୬ ଟଙ୍କା ରହିଛି। ଏଥି ସହିତ ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୦୨.୬୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୪ ଟଙ୍କା ରହିଛି।

ସେହିଭଳି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ପେଟ୍ରୋଲ-ଡିଜେଲ ଦର ହ୍ରାସ କରିବା ନେଇ ବିଚାର କରିବେ। ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦେଶରେ ଅଉ କିଛି ରାଜ୍ୟ ପେଟ୍ରୋଲ-ଡିଜେଲ ଉପରେ ଭାଟ୍ ହ୍ରାସ କରିପାରନ୍ତି।

Leave a Reply

Your email address will not be published. Required fields are marked *