ଏହି ରାଜ୍ୟରେ ଜୁଲାଇ ୧୫ ଯାଏ ବଢିଲା ଲକ୍‌ଡାଉନ୍‌

Top Storise ଦେଶ- ବିଦେଶ

କୋଲକାତା: କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ପଶ୍ଚିମବଙ୍ଗ ସରକାର କରୋନା ଲକ୍‌ଡାଉନ ଅବଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଏହା ସହିତ କଟକଣାରେ କିଛିଟା କୋହଳ ମଧ୍ୟ କରାଯାଇଛି।  ୫୦ ପ୍ରତିଶତ କ୍ଷମତା ସହିତ ସାଲନ୍‌ ଏବଂ ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇଛି। ସକାଳ ୧୧ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି।

୫୦ ପ୍ରତିଶତ କ୍ଷମତା ସହିତ ଜିମ୍‌ ମଧ୍ୟ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ବେସରକାରୀ ଏବଂ କର୍ପୋରେଟ୍ କାର୍ଯ୍ୟାଳୟଗୁଡିକ ୫୦ ପ୍ରତିଶତ କାର୍ଯ୍ୟ କ୍ଷମତା ସହିତ ସକାଳ ୧୦ ଟାରୁ ୪ ଟା ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ ବୋଲି ପଶ୍ଚିମବଙ୍ଗ ସିଏମ୍ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *