The student jumped from the 3rd floor saying that he did not talk to his male friend

ପୁରୁଷ ବନ୍ଧୁ କଥା ହେଲେନି ବୋଲି ୩ ମହଲାରୁ ଡେଇଁଲେ ଛାତ୍ରୀ

Top Storise ଅପରାଧ ଦେଶ- ବିଦେଶ

ବ୍ୟୁରୋ : ପୁରୁଷ ବନ୍ଧୁ କଥା ହେଲାଣି ବୋଲି ୩ ମସଲା ଉପରୁ ଡେଇଁ ପଡିଲା ୧୪ ବର୍ଷୀୟ ଝିଅ। ପୂର୍ବ ଦିଲ୍ଲୀ ରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା। ଛାତରୁ ଡେଇଁବା ପରେ ନିଜେ ଝିଅର ବାପା ଫୋନ କରି ପୋଲିସ କୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା।

ପୋଲିସର ତଦନ୍ତ ରିପୋର୍ଟ ଅନୁଯାୟୀ, ଝିଅର ଜଣେ ପୁରୁଷ ବନ୍ଧୁଙ୍କ ସହ ତାଙ୍କର ଘନିଷ୍ଠତା ଗଢି ଉଠିଥିଲା। ହଠାତ ଉଭୟଙ୍କ ସମ୍ପର୍କରେ ଫାଟ ଦେଖା ଦେଇଥିଲେ। ଯାହାକୁ ନେଇ ଚାପରେ ଆସିଯାଇଥିଲେ ଝିଅ। ଅନେକ୍ ଚେଷ୍ଟା କରି ମଧ୍ୟ ନିଜକୁ ବୁଝାଇବାରେ ଅକ୍ଷମ ହୋଇ ଶେଷରେ ଏପରି ଏକ କାଣ୍ଡ ଭିଆଇଥିଲେ। ତଦନ୍ତ ସମୟରେ ପୋଲିସ ଘର ପରିବାର ଲୋକଙ୍କ ସମେତ ଆଖାପାଖର ଅନେକ ଲୋକଙ୍କ ବୟାନ ରେକର୍ଡ କରିଛି। ଝିଅର ବାପା ବ୍ୟବସାୟୀ କରି ପରିବାର ଚଳାନ୍ତି ବୋଲି ପୋଲିସ ଜାଣିବାକୁ ପାଇଛି।

ତେବେ ଛାତ୍ରୀ ଜଣଙ୍କ ହେଉଛନ୍ତି ହର୍ଷିତା। ସେ ନବମ ଶ୍ରେଣିରେ ପଢୁଥିଲେ। ଘରର ତିନି ମହଲା ଉପରୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି । ହର୍ସିତାଙ୍କ ବାପାଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ହର୍ସିତାଙ୍କ ମୃତଦେହକୁ ହସ୍ପିଟାଲରେ ସଂରକ୍ଷିତ କରି ରଖାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।ପୋଲିସ ଏହା ମଧ୍ୟ କହିଛି ଯେ, ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି ।

Leave a Reply

Your email address will not be published. Required fields are marked *