୪୯.୫ ଡିଗ୍ରି ଡେଇଁଲା ତାପମାତ୍ରା, ୧୩୪ ମୃତ

Top Storise ଦେଶ- ବିଦେଶ

ଭ୍ୟାନକୋଭର: ଗ୍ରୀଷ୍ମ ପ୍ରବାହରେ କାନାଡ଼ାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଙ୍ଗଳବାର ତାପମାତ୍ରା ୪୯.୫ ଡିଗ୍ରି ଟପିଥିବା ରେକର୍ଡ କରାଯାଇଛି। ଏହା ସହ ଗତ ସପ୍ତାହକ ମଧ୍ୟରେ ହଠାତ୍ ୧୩୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗ୍ରୀଷ୍ମପ୍ରବାହ ଯୋଗୁ ଏପରି ଘଟିଥିବା ସେଠାକାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କାନାଡ଼ା ପୁଲିସ ମଧ୍ୟ ୬୫ଜଣଙ୍କ ମୃତ୍ୟୁ ଗ୍ରୀଷ୍ମ ପ୍ରବାହ ଯୋଗୁ ହୋଇଥିବା ସ୍ପଷ୍ଟ କରିଛି। ତେବେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ନିକଟରେ ଆହୁରି ମୃତ୍ୟୁ ଖବର ପହଞ୍ଚିଛି। ସେଗୁଡ଼ିକୁ ଯାଞ୍ଚ୍ କରାଯାଉଛି, ତେଣୁ ଗ୍ରୀଷ୍ମପ୍ରବାହଜନିତ ମୃତ୍ୟୁ ସଂଖ୍ୟା ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି। ଆମେରିକା ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯିବା ସହ ସମସ୍ତଙ୍କୁ ଶୀତତାପ ନିୟନ୍ତ୍ରିତ ଘରେ ରହିବା ପାଇଁ ପରାମର୍ଶ ଦେଇଛି। ଏହା ଛଡ଼ା ଚଳିତ ସପ୍ତାହରେ ମଧ୍ୟ ତାପମାତ୍ରାରେ ଅଧିକ ବୃଦ୍ଧି ହେବାର ଆଶଙ୍କା ରହିଛି।

ପାଣିପାଗ ପରିବର୍ତ୍ତନ ଯୋଗୁ ପ୍ରତିବର୍ଷ ଏଠାରେ ତାପମାତ୍ରା ବଢୁଛି। ତେବେ ତାପମାତ୍ରା ଏତେ ଅଧିକ କେବେ ହୋଇ ନଥିଲା।। ବିଶ୍ଵ ପାଣିପାଗ ସ୍ଥିତିକୁ ଦେଖିଲେ ୨୦୧୯ ସବୁଠାରୁ ଉତ୍ତପ୍ତ ବର୍ଷ ରହିଥିଲା।

Leave a Reply

Your email address will not be published. Required fields are marked *