ଭୁବନେଶ୍ୱରରେ ମେ ୩ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ

Top Storise ରାଜ୍ୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ୧୮-୪୪ ବୟସ ବର୍ଗର ଲୋକଙ୍କ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ମେ ୩ ରୁ ଆରମ୍ଭ ହେବ।

ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଯେଉଁମାନେ ନାମ ପଞ୍ଜୀକରଣ କରିଛନ୍ତି ସେମାନଙ୍କୁ ଆସନ୍ତା ୩ ତାରିଖରୁ ଟିକା ଦିଆଯିବ।

ପ୍ରାରମ୍ଭରେ, ସହରର ସରକାରୀ ଡାକ୍ତରଖାନାଗୁଡ଼ିକରେ ଟିକାକରଣ ଅଭିଯାନ କରାଯିବ। ଯେଉଁଠାରେ ୧୮ରୁ ୪୪ ବର୍ଷ ବୟସ ଏବଂ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏକକାଳୀନ ଟିକାକରଣ କରାଯିବ। ଦୁଇ ବୟସ ବର୍ଗର ଲୋକଙ୍କ ପାଇଁ ଅଲଗା ବ୍ୟବସ୍ଥା କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି।

Leave a Reply

Your email address will not be published. Required fields are marked *