ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ”ଗଙ୍ଗୁବାଇ କାଠିଆୱାଡି”ର ଟ୍ରେଲର ରିଲିଜ୍

ମନୋରଞ୍ଜନ

ମୁମ୍ବାଇ : ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲର ଶୁକ୍ରବାର ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସଞ୍ଜୟ ଲୀଲା ଭନସାଲୀ ଦେଇଛନ୍ତି ।ମୁଭିରେ ଆଲିଆ ଭଟ୍ଟ , ଅଜୟ ଦେଭଗନ୍ ଓ ବିଜୟ ରାଜ ଲିଡ ରୋଲରେ ନଜର ଆସିବେ । ୨୫ ଫେବ୍ରୃଆରୀରେ ଫିଲ୍ମଟି ରିଲଜ ହେବ । ହେଲେ ଆଜି ମୁଭିର ଟ୍ରେଲର ରିଲିଜି ହୋଇଯାଇଛି ।

ଟ୍ରଲରରେ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମମେକିଂ ପୁରାପୁରୀ ଦେଖିବାକୁ ମିଳିଛି । ଏହି ସାଢେ ତିନି ମିନିଟର ଡ୍ରେଲରେ ଆପଣ ଅନେକ କିଛି ଦେଖିବାକୁ ପାଇବେ । ପ୍ରଥମ ଥର ପାଇଁ ଆଲିଆଙ୍କୁ ସଞ୍ଜୟ ଲିଲା ଭନସାଲିଙ୍କ ସହ କାମ କରିବାର ସୁଯୋଗ ମିଳିଛି । ଗଙ୍ଗୁବାଇ କାଠିଆୱାଡି ଫିଲ୍ମ ମୁମ୍ବାଇର ମାଫିଆ କୁଇନ ଗଙ୍ଗୁବାଇ କାଠିଆୱାଡି ଉପରେ ଆଧାରିତ ଅଟେ ।

ପ୍ରଥମେ ଗଙ୍ଗୁବାଇ ଜଣେ ଦେହଜୀବୀ ଥିଲେ ପରେ ସେ ଅଣ୍ଡର ୱାର୍ଲଡ ଡନ ବନିଗଲେ । ତାଙ୍କ ଜୀବନ ଉପରେ ଆଧିରିତ ଏହି ଫିଲ୍ମ । ସେପଟେ ଏହି ଫିଲ୍ମର ଟ୍ରେଲରକୁ ଢେରସାରା ରେସପନ୍ସ ମିଳିଛି ।

Leave a Reply

Your email address will not be published. Required fields are marked *