ଆନ୍ଦୋଳନ ପ୍ରାତ୍ୟାହାର କଲେ ଡ୍ରାଇଭର ମହାସଂଘ, ସୂଚନା ଦେଲେ ସଂଘ ସଭାପତି

Top Storise ରାଜ୍ୟ

ଭୁବନେଶ୍ୱର: ଗତ ତିନି ଦିନ ଧରି ଚାଲିଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ପ୍ରାତ୍ୟାହାର କରିଛି ଡ୍ରାଇଭର ମହାସଂଘ। ଏନେଇ ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲୀ ସୂଚନା ଦେଇଛନ୍ତି । ଡ୍ରାଇଭର ମହାସଂଘର ସଭାପତି ଫେସ୍‌ବୁକ୍‌ରେ ଭିଡିଓ ପୋଷ୍ଟ କରି ଏହା ଘୋଷଣା କରିଛନ୍ତି । ସରକାରଙ୍କ ଉପରେ ଭରଷା ବିଶ୍ୱାସ ରଖି ମହାସଂଘ ଏହି ନିଷ୍ପତି ନେଇଛି ।

ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଯେ, ଜନସାଧାରଣଙ୍କ ଅସୁବିଧାକୁ ନଜରରେ ରଖି ଏବଂ ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶୃତି ଉପରେ ଭରଷା କରି ସଂଘ ବର୍ତ୍ତମାନ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିଛି । ଗତକାଲି ସଂଘ ସହିତ ବୈଠକ ପରେ ମୁଖ୍ୟ ଶାସନ ସଚିବ ଲିଖିତ ଆକାରରେ ଜଣାଇଥିଲେ କି ଡ୍ରାଇଭର ମାନଙ୍କର ଦାବିକୁ ତିନି ମାସ ମଧ୍ୟରେ ସମାଧାନ କରାଯିବ ।

ତେବେ ମୁଖ୍ୟଶାସନ ସଚିବଙ୍କ ଚିଠି ଉପରେ ଭରସା ନକରି ଆଜି ମଧ୍ୟ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଥିଲା, ଦାବି ପୁରାଣ ନେଇ ଡ୍ରାଇଭରମାନେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ଆଜି ମଧ୍ୟାହ୍ନରେ ମୁଖ୍ୟ ଶାସନ ସଚିବ ଏକ ଭିଡିଓ ବାର୍ତ୍ତାରେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ। କାରଣ ଆନ୍ଦୋଳନ କାରଣରୁ ସାରା ରାଜ୍ୟରେ ଜରୁରୀକାଳୀନ ସେବା ସହିତ ଅତ୍ୟାବଶ୍ୟକ ସାମଗ୍ରୀର ସଙ୍କଟ ଉପୁଜିଲାଣି। ରାଜ୍ୟର ଅନେକ ପେଟ୍ରୋଲ ପମ୍ପରେ ତେଲ ମଧ୍ୟ କାଲି ସନ୍ଧ୍ୟାରୁ ମିଳୁ ନାହିଁ, କାରଣ ଆନ୍ଦୋଳନ ପାଇଁ ବାଟରେ ଟ୍ରକ ଗୁଡିକ ଅଟକି ରହିଛି।

ଅନ୍ୟପଟେ ପୋଲିସ ମହାନିର୍ଦେଶକ ଆନ୍ଦୋଳନ ସମୟରେ ଆଇନକୁ ହାତକୁ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଇଥିଲେ। ଗତକାଲିର ଆଲୋଚନା ପରେ ଆଜି ସରକାରଙ୍କ କଠୋର ଆଭିମୁଖ୍ୟ ଆଗରେ ଡ୍ରାଇଭର ମହାସଂଘ ଏକ ପ୍ରକାର ଚାପରେ ଆସିଥିଲା। ଏବେ ସଂଘର ଆନ୍ଦୋଳନ ପ୍ରତ୍ୟାହାର ହେବା ପରେ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *