ଟିଟିଲାଗଡ଼ ଟାଙ୍ଗରପଡ଼ା ହତ୍ୟାକାଣ୍ଡର ଆସିଲା ରାୟ

Top Storise ରାଜ୍ୟ

ଟିଟିଲାଗଡ଼ : ଟିଟିଲାଗଡ଼ ସହର ହାଟପଦା ସ୍ଥିତ ଟାଙ୍ଗରପଡ଼ାରେ ୨୦୧୭ ମସିହା ଜୁନ୍ ୨୨ ରେ ହୋଇଥିବା ହତ୍ୟାକାଣ୍ଡର ରାୟ ଶୁଣାଣି ହୋଇଛି।ହତ୍ୟାକାରୀ ସ୍ୱାମୀକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷଟଙ୍କା ଫାଇନ କରାଯାଇଛି।ଫାଇନ ଅନାଦେୟ ଦୁଇ ବର୍ଷ ଅତିରିକ୍ତ ଜେଲ ଦଣ୍ଡର ଶୁଣାଣି କରିଛନ୍ତି ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜକିଶୋର ଦାଶ।ସୂଚନା ଅନୁସାରେ ଟାଙ୍ଗରପଡ଼ାର ପୂଜା ସୁନା ଓରଫ ବିଭାର ଏବଂ ଅନିଲ ସିଂ ଓରଫ ସୁନା ସହ ପ୍ରେମ ବିବାହ କରିଥିଲେ।

ହେଲେ ଗତ ୨୦୧୭ ଜୁନ୍ ମାସ ୨୨ ତାରିଖରେ ଏକ ଭଡା ଘରୁ ପୂଜାର ସନ୍ଦେହ ଜନକ ଅବସ୍ଥାରେ ମୃତ ଦେହ ମିଳିଥିଲା। ପୂଜାର ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ରାଧାକାନ୍ତ ପାଢୀ ପରିଚାଳନା କରିଥିଲେ। ତାଙ୍କୁ ଏହି କାର୍ଯ୍ୟରେ ରବି ନାରାୟଣ ଭୋଇ ସହେଯାଗ କରିଥିଲୋ ଅଭିଯୁକ୍ତ ସୁନା ତରଫରୁ ଓକିଲ କିଶୋର ଚନ୍ଦ୍ର ପଣ୍ଡା ଏହି ମାମଲାର ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *