ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି, ଚାଷ ଜମି କ୍ଷତିଗ୍ରସ୍ତ

Top Storise ରାଜ୍ୟ

ସମ୍ବଲପୁର: ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି । ସମ୍ବଲପୁର ଠେଲକୁଲି ସ୍ଥିତ JSW ଭୂଷଣ କାରଖାନାର ପାଚେରି ଭାଙ୍ଗିଯିବା ପରେ ବାଞ୍ଜିବେରଣା ଅଞ୍ଚଳରେ ଲୁହା ଗୁଣ୍ଡ ପାଣି ମାଡ଼ି ଯାଇଛି। ଫଳରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି।

ପାଣି ମାଡ଼ି ଆସିବା ଯୋଗୁ ନିକଟରେ ଥିବା କୁକୁଡ଼ା ଫାର୍ମରେ ବ୍ୟବହୃତ କେତେକ ଗାଡ଼ି ମଧ୍ୟ ପାଣିରେ ପୋତି ହୋଇଯାଇଛି। ସେହିପରି ସହରାପଡ଼ାରେ ଏକ ପୋଖରୀରେ ମଧ୍ୟ ଲୁହା ପଥର ଗୁଣ୍ଡ ମିଶା ପାଣି ପଶି ଯାଇଥିବାରୁ ପୋଖରୀରେ ଥିବା ମାଛ ମରି ଯାଇଥିବା ଦେଖିବାକୁ ମିଳିଛି ।

ଲୁହାଗୁଣ୍ଡ ପାଣି ପଶିଯିବା ଯୋଗୁ ଗାଁରେ ଅନେକ କ୍ଷୟକ୍ଷତି ହୋଇଯାଇଛି। ଏକର ଏକର ଚାଷ ଜମିରେ ଲୁହାଗୁଣ୍ଡ ପାଣି ପଶିଯାଇଥିବା ବେଳେ ବିଭିନ୍ନ ସ୍ଥାନରେ କାଦୁଅ ଆସ୍ତରଣ ଜମି ରହିଛି। ଯାହାପାଇଁ ଜନଜୀବନ ଅସ୍ତବ୍ୟସ୍ତ୍ ହୋଇପଡ଼ିଛି।

ପ୍ରଭାବିତ ଗ୍ରାମବାସୀଙ୍କ ସହିତ ଆଲୋଚନା କରି କ୍ଷୟକ୍ଷତିର ଆକଳନ କରାଯିବ ଏବଂ କ୍ଷତିପୂରଣ ପ୍ରଦାନ କରାଯିବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ରେଙ୍ଗାଲି ତହସିଲଦାର, ଠେଲକୋଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ କମ୍ପାନୀ ପକ୍ଷରୁ ଘଟଣାସ୍ଥଳରେ ଜେସିବି ଜରିଆରେ ପ୍ରଭାବିତ ଅଞ୍ଚଳରୁ କାଦୁଅ ଆସ୍ତରଣ ବାହାର କରାଯାଉଛି। କ୍ଷୟକ୍ଷତିର ଅନୁଧ୍ୟାନ ଚାଲିଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।

Leave a Reply

Your email address will not be published. Required fields are marked *