ସ୍କୁଲରେ ଶିକ୍ଷୟତ୍ରୀଙ୍କ ଅଜବ କାରନାମା: ଶେଷରେ ଏୟା କଲେ!!

Top Storise ରାଜ୍ୟ

ଅନୁଗୋଳ: ଶିଶୁଙ୍କ ପାଇଁ ବିଦ୍ୟାଳୟକୁ ଆସୁଥିବା ଅଣ୍ଡା ଉପରେ ବି ଚୋରଙ୍କ ନଜର । ପିଲାମାନେ ପାଇବା ପୂର୍ବରୁ ଗାଏବ ହୋଇଯାଉଛି ଅଣ୍ଡା । ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି କଥାଟି ନିରାଟ ସତ୍ୟ । ଏଭଳି ନିନ୍ଦନୀୟ ଏବଂ ଲଜ୍ଜାଜନକ ଘଟଣା ଘଟିଛି ଅନୁଗୋଳ ତାଳଚେର ବ୍ଲକ ଅନ୍ତର୍ଗତ ପାଟରା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ତେବେ ଏ ଚୋର କେଉଁ ବାହାରର ନୁହେଁ । ଅଣ୍ଡାକୁ ଚୋରେଇ ନେଉଥିବା ମହିୟସୀ ମହିଳା ହେଉଛନ୍ତି ସ୍କୁଲର ଶିକ୍ଷୟତ୍ରୀ ।

ତେବେ କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ । ସେମିତି ଶିକ୍ଷୟତ୍ରୀ ଗାଡ଼ିରେ ଅଣ୍ଡା ଧରି ଫେରାର ହେବା ସମୟରେ ତାଙ୍କର ସବୁ କାରନାମା ସିସି ଟିଭି ରେ ରେକର୍ଡ ହୋଇ ଯାଇଛି । ଫଳରେ ମ୍ୟାଡମଙ୍କର ସବୁ କଳା କାରନାମା ପଦାରେ ପଡିଯାଇଛି । ଛୁଟି ହେବା ପରେ ସ୍କୁଲ ଶିକ୍ଷୟିତ୍ରୀ କଲ୍ୟାଣୀ ସିଂ ନିଜ ସ୍କୁଟିରେ କିଛି ଅଣ୍ଡା ଲୁଚାଇ ନେଉଥିବା ସିସି ଟିଭିରେ ରେକର୍ଡ ହୋଇଛି । ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପୃଷ୍ଟିକର ଖାଦ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଶିଶୁମାନଙ୍କ ପାଖରେ ସେମାନଙ୍କ ହକ ପହଞ୍ଚିବା ପୂର୍ବରୁ ଖାଦ୍ୟ ସାମଗ୍ରୀକୁ ସ୍କୁଲର କର୍ମଚାରୀମାନେ ଏମିତି ହରିଲୁଟ ହେଉଥିବା ଜଣାପଡ଼ିଛି। ଛାତ୍ରଛାତ୍ରୀ ମାନଙ୍କର ବିଦ୍ୟାଳୟରେ ଉପସ୍ଥାନ ଦର୍ଶାଇ ଏଠାରେ କିଛି ଶିକ୍ଷୟିତ୍ରୀ ଖାଦ୍ୟ ଦେବା ନାଁରେ ଦୀର୍ଘ ବର୍ଷରୁ ଏମିତି ହରିଲୁଟ କରି ଚାଲିଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଜାମ୍ବୁବନିଆଁ ସ୍ଥିତ ପାଟରା ସାହି ପ୍ରାଥମିକ ବିଦ୍ୟାଳୟରେ ଦେକିବାକୁ ମିଳିଛି ।

ସରକାରଙ୍କ ତରଫରୁ ମିଳୁଥିବା ଛାତ୍ରଛାତ୍ରୀଙ୍କ ଖାଦ୍ୟ ସାମଗ୍ରୀଗୁଡିକୁ ଶିକ୍ଷୟିତ୍ରୀମାନେ ନିଜ ନିଜ ଭିତରେ ଭାଗ ବାଣ୍ଟ କରି ନେଉଛନ୍ତି । ତେବେ ବିଦ୍ୟାଳୟ ସ୍କୁଲରୁ ଖାଦ୍ୟ ସାମଗ୍ରୀ ଲୁଟ ହେଉଥିବା ସମ୍ପର୍କରେ ପ୍ରଶାସନକୁ ଗତ ୧୩ ତାରିଖରେ ଦୃଷ୍ଟି ଆକର୍ଷଣ କରିଥିଲେ ୯ନଂ ୱାର୍ଡ କାଉନ୍ସିଲର ଶ୍ରୀମତୀ ମମତା ରାଉତ। ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହା ଉପରେ ବିଶେଷ ଦୃଷ୍ଟି ଦେବା ସହ ଏଥିରେ ସମ୍ପୁକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *