ସ୍କୁଲ ଖୋଲିବାକୁ ନେଇ ଗାଇଡଲାଇନ୍ ଜାରି କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ : ମହାମାରୀ କରୋନା ସ୍ଥିତିରେ ଆସୁଛି ସାମାନ୍ୟ ସୁଧାର । କରୋନା ମହାମାରୀ ସମୟରେ ପିଠପଢ଼ା ବାଧାପ୍ରାପ୍ତ ହୋଇଥିବା ବେଳେ, ଏବେ କିଛି ରାଜ୍ୟରେ ଖୋଲିଲାଣି ସ୍କୁଲ । ଏହାସହ ଆଉ କିଛି ରାଜ୍ୟ ସ୍କୁଲ ଖୋଲିବା ଲାଗି ଚିନ୍ତା କରୁଛନ୍ତି । ଏଭଳି ସ୍ଥିତିରେ ଗାଇଡଲାଇନ ଜାରି କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ । ପିଲାଙ୍କ ଦୀର୍ଘକାଳୀନ ମାନସିକ, ଶାରୀରିକ ଓ ବୌଦ୍ଧିକତା ସ୍ଥିତି ଉପରେ ଯେପରି କୌଣସି ଗୁରୁତର ପ୍ରଭାବ ପଡିବ ନାହିଁ, ସେଥିଲାଗି ଗାଇଡଲାଇନ ଜାରି କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।

ସାମାଜିକ ଦୂରତା, ମାସ୍କ ପିନ୍ଧିବାର, ଗୃହ ଭିତରେ ଏକାଠି ହେବା, ସ୍ବଚ୍ଛତା, ବୟସ୍କଙ୍କୁ ଟିକାଦାନ ଉପରେ ସେ ଗୁରୁତ୍ବ ଦେଇଛନ୍ତି । ସେ କହିଛନ୍ତି, ପିଲାଙ୍କୁ ଟିକା ଦେବା ପ୍ରକ୍ରିୟା ଆରମ୍ଭ ନ ହେବା ଯାଏଁ ଟିକା ନେଇଥିବା ଶିକ୍ଷକମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଯେଉଁଠାରେ ଗୋଷ୍ଠୀ ସଂକ୍ରମଣ ଅତି ନିମ୍ନ ଥିବ ସେଠାରେ ସ୍କୁଲ ଖୋଲାଯାଉ । ଲୋକସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ ଯେ ଲାକ୍ଷାଦ୍ବୀପ, ପୁଡୁଚେରୀ, ନାଗାଲାଣ୍ଡ, ପଞ୍ଜାବ, ଉତ୍ତରାଖଣ୍ଡ, ହରିଆଣା, ହିମାଚଳ ପ୍ରଦେଶରେ ଅଗଷ୍ଟ ୨ ତାରିଖ ସୁଦ୍ଧା ସ୍କୁଲ ଖୋଲିଥିବା ବେଳେ ଆନ୍ଧ୍ରପ୍ରଦେଶରେ ଆସନ୍ତା ୧୬ ତାରିଖ ସୁଦ୍ଧା ସ୍କୁଲ ଖୋଲିବାକୁ ଯୋଜନା ରହିଛି ।

Leave a Reply

Your email address will not be published. Required fields are marked *