ଯୁବକଙ୍କୁ ପଥରରେ ଛେଚି ନିମର୍ମ ହତ୍ୟା

Top Storise ରାଜ୍ୟ

କେନ୍ଦୁଝର: ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା। କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ୫ନମ୍ବର ୱାର୍ଡ଼ ଆଜାଦବସ୍ତି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଉଛନ୍ତି ବୁଧୁରାମ ସିରିକା ମୁଣ୍ଡା।

ସୂଚନାଯୋଗ୍ୟ ଯେ, ବୁଧୁରାମ ସିରିକା ମୁଣ୍ଡାଙ୍କ ସହିତ ପଡ଼ୋଶୀ ମାନି ମୁଣ୍ଡା ଓ ଶିବ ମୁଣ୍ଡା କୌଣସି କାରଣ ନଥାଇ ଗଣ୍ଡଗୋଳ କରିଥିଲେ। ପରେ ଲଦର ମୁଣ୍ଡା, ମାନି ମୁଣ୍ଡା ଓ ଶିବ ମୁଣ୍ଡା ମୃତ ବୁଧୁରାମଙ୍କ ଘରେ ପଶି ପଥରରେ ଆକ୍ରମଣ କରି ଛେଚି ହତ୍ୟା କରି ଫେରାର ହୋଇଯାଉଥିଲେ। ତେବେ ସ୍ଥାନୀୟ ଲୋକେ ଦୁଇ ଭାଇଙ୍କୁ କାବୁ କରି ପୋଲିସରେ ଜିମା ଦେଇଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ଲଦର ମୁଣ୍ଡା ଫେରାର ହେବାରେ ସକ୍ଷମ ହୋଇଥିଲା।

ମୃତ ବୁଧୁରାମଙ୍କ ସ୍ତ୍ରୀ କାମ କରିବା ପାଇଁ ବାହାରକୁ ଯାଇଥିଲେ। ଘରେ ତାଙ୍କର ୪ଟି ସନ୍ତାନ ବାହାରେ ଖେଳୁଥିଲେ। ଖବର ପାଇ ଘଟଣାସ୍ଥଳରେ ଯୋଡ଼ା ଥାନା ଅଧିକାରୀ ପଦ୍ମାଳୟା ସାହୁ ପହଞ୍ଚିହତ୍ୟାକାଣ୍ଡର କାରଣ ଖୋଜୁଥିବାବେଳେ ଦୁଇଭାଇଙ୍କୁ ଅଟକ ରଖିଛି। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ପୋଲିସ ତାହାର ବିଭିନ୍ନ ଦିଗରୁ ଦିଗରୁ ଛାନଭିନ୍ ଚଳାଇଛି।

Leave a Reply

Your email address will not be published. Required fields are marked *