ଯାଜପୁର: ଜାମ୍ମୁକୋଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବିଂଝାରପୁର ଥାନା ଶିଶିରଣା ଗାଁ ନିକଟରେ ଥିବା ଜାମ୍ମୁ କୋଳି ଗଛରେ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।
ମୃତ ଯୁବକ ଜଣକ ହେଇଛନ୍ତି ରାମ ମଲ୍ଲିକଙ୍କ ପୁଅ ଅଞ୍ଜନ ମଲ୍ଲିକ। ପାରିବାରିକ କଳହ କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।ସୂଚନା ଅନୁସାରେ ଅଞ୍ଜନ ଆନ୍ଦ୍ରପ୍ରଦେଶର ଏକ ଘରୋଇ କମ୍ପାନୀରେ କାମ କରୁଥିଲ। କିଛି ମାସ ତଳେ ସେ ବିବାହ କରିବା ପାଇଁ ଘରକୁ ଆସିଥିଲେ।
ବିବାହା ପରଠାରୁ ଉଭୟ ପତି ଓ ପତ୍ନୀ ଙ୍କ ବିବାଦ ଦେଖାଦେଇଥିଲା । ଫଳରେ ସ୍ତ୍ରୀ କୁ ବାପଘରେ ଛାଡିଦେଇ ଚାଲି ଆସିଥିଲେ ଅଞ୍ଜନ। ଆଜି ପୋଲିସ ତାଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।