ଓଡ଼ିଶାର ଏହି ୫୦ଟି ଗାଁକୁ ଏଯାଏ ଛୁଇଁନି କରୋନା

Top Storise ରାଜ୍ୟ

କୋରାପୁଟ: ମହାମାରୀ କବଳରେ ସାରା ବିଶ୍ବ ରହିଥିବା ବେଳେ ଓଡିଶାର କୋରାପୁଟ ଜିଲ୍ଲାର ଜୟପୁର ବ୍ଲକ୍‌ର ମୋଟ ୧୦୭ଟି ମଧ୍ୟରୁ ୫୦ଟି ଗାଁକୁ ଏଯାଏ ପଶିପାରିନି କରୋନା। ଏହସବୁ ଗାଁରେ ଏପର୍ଯ୍ୟନ୍ତ ଗୋଟିଏ ବି କରୋନା ମାମଲା ରିପୋର୍ଟ ହୋଇନାହିଁ। ତେବେ ଏସବୁ ଆଶା ଏବଂ ଅଙ୍ଗନୱାଡି କର୍ମଚାରୀଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ସମ୍ଭବ ହୋଇପାରିଛି।

ସୂଚନାନୁସାରେ, ପ୍ରାୟ ୩୦୦ ସମ୍ପ୍ରଦାୟର କର୍ମଚାରୀ ମାରାତ୍ମକ ଭୂତାଣୁ ବିଷୟରେ ସଚେତନତା ସୃଷ୍ଟି କରୁଛନ୍ତି। ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟର ଆକଳନ ପାଇଁ ସେମାନେ ଗାଁରେ ନିୟମିତ ଡୋର୍‌ ଟୁ ଡୋର୍‌ ସର୍ଭେ କରୁଛନ୍ତି।

“ଏହି ତୃଣମୂଳ ସ୍ତରର କର୍ମଚାରୀଙ୍କ ଦ୍ବାରା ନିୟମିତ ଅଭିଯାନ ଏବଂ କୋଭିଡ୍‌ ରୋଗୀଙ୍କ ଉପରେ ଅନୁସନ୍ଧାନ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଛି” ବୋଲି ରାବଣଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ୍ ଅଧିକାରୀ କହିଛନ୍ତି।

ଜୟପୁର ବ୍ଲକରେ ପ୍ରାୟ ୭୯୪ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୭୬୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ବ୍ଲକରେ ଏପର୍ଯ୍ୟନ୍ତ ତିନୋଟି କରୋନା ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *