ସୁସ୍ଥ ରହିବାର ପ୍ରଥମ ପାହାଚ ସକାଳ ଜଲଖିଆ ଦିନର ପ୍ରଥମ ଖାଦ୍ୟ ଭାବେ ଗଣାଯାଏ ଏବଂ ଏହା ଆମ ସ୍ୱାସ୍ଥ୍ୟ ଓ ଶକ୍ତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ସୁସ୍ଥ ଓ ସନ୍ତୁଳିତ ସକାଳ ଜଲଖିଆ ଖାଇବା ଦ୍ୱାରା ଶରୀରରେ ଦିନସାରା ଶକ୍ତି ଯୋଗାଇବା ସହ ମନ ଓ ଶରୀରକୁ ସତେଜ ରଖିବାରେ ସାହାଯ୍ୟ କରେ।

ସକାଳ ଜଲଖିଆରେ ପୁଷ୍ଟିକର ଖାଦ୍ୟ ସାମିଲ ହେବା ଆବଶ୍ୟକ, ଯାହା କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫାଇବର, ଭିଟାମିନ୍ ଓ ଖଣିଜ ପଦାର୍ଥର ସନ୍ତୁଳନ ରକ୍ଷା କରେ।
ଆସନ୍ତୁ ଜାଣିବା ସକାଳ ଜଲଖିଆରେ କଣ ଖାଇବା ଉଚିତ ଯାହା ଆମକୁ ସୁସ୍ଥ ରଖିବ।ସକାଳ ଜଲଖିଆରେ କଣ ସାମିଲ କରିବା ଉଚିତ?
ସକାଳ ଜଲଖିଆରେ ଫାଇବର ଓ ଜଟିଳ କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ଶରୀରକୁ ଦୀର୍ଘ ସମୟ ପାଇଁ ଶକ୍ତି ଯୋଗାଇଥାଏ। ଓଟ୍ସ (ଜଉ), ବ୍ରାଉନ୍ ବ୍ରେଡ୍, ପୋହା, ଉପମା, ଇଡ଼ଲି, ଡୋସା କିମ୍ବା ରାଗି ପିଡ଼ିଆ ପରି ଖାଦ୍ୟ ଏକ ଉତ୍ତମ ବିକଳ୍ପ। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ କରେ।
ପ୍ରୋଟିନ୍ ମାଂସପେଶୀ ଓ ଶରୀରର ବିକାଶ ପାଇଁ ଅତ୍ୟନ୍ତ ଜରୁରୀ। ସକାଳେ ଅଣ୍ଡା (ସିଝା କିମ୍ବା ଅମ୍ଲେଟ୍), ଛେନା, ଦହି, ମୁଗ ଡାଲି କିମ୍ବା ସୋୟା ପନିର ପରି ଖାଦ୍ୟ ଖାଇବା ଉଚିତ। ଏହା ଶରୀରକୁ ଶକ୍ତି ଦେଇ ଦିନସାରା ସତେଜ ରଖେ।
ସକାଳ ଜଲଖିଆରେ ମୌସୁମୀ ଫଳ ଯେପରି କଦଳୀ, ସେଉ, ଆମ୍ବ, ପେପେ କିମ୍ବା ପନିପରିବା ଯେପରି ଗାଜର, ବନ୍ଧାକୋବି, ଟମାଟୋ ଆଦି ସାମିଲ କରିବା ଦରକାର। ଏହା ଭିଟାମିନ୍, ଖଣିଜ ପଦାର୍ଥ ଓ ଆଣ୍ଟିଅକ୍ସିଡାଣ୍ଟ ଯୋଗାଇ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।
ବାଦାମ, ଅଖରୋଟ, ଚିଆ କିମ୍ବା ଅଳସି ମଞ୍ଜି ପରି ଖାଦ୍ୟ ହେଲଦି ଫ୍ୟାଟର ଉତ୍ସ। ଏହା ହୃଦୟ ପାଇଁ ଭଲ ଓ ଶରୀରରେ ଶକ୍ତି ସଞ୍ଚୟ କରେ। ଏକ ଚାମଚ ବାଦାମ ବଟର କିମ୍ବା ଅଭୋକାଡୋ ମଧ୍ୟ ଏକ ଭଲ ବିକଳ୍ପ।
ସକାଳେ ପାଣି ପିଇବା ଶରୀରରେ ଜଳୀୟତା ବଜାୟ ରଖେ। ଏହା ସହ ନଡ଼ିଆ ପାଣି, ଗ୍ରୀନ୍ ଟି, ହର୍ବାଲ ଟି କିମ୍ବା ଫଳର ରସ (ଚିନି ବିନା) ପିଇବା ଭଲ। ଅଧିକ ଚିନି ଯୁକ୍ତ ପାନୀୟ ନ ପିଇବା ଉଚିତ
ଏକ ହେଲଦି ସକାଳ ଜଲଖିଆ ଶରୀରର ମେଟାବୋଲିଜମ୍କୁ ସଚଳ କରେ, ମନକୁ ସତେଜ ରଖେ ଏବଂ ଦିନସାରା କାର୍ଯ୍ୟ ପାଇଁ ଶକ୍ତି ଯୋଗାଇଥାଏ। ଏହା ଓଜନ ନିୟନ୍ତ୍ରଣ, ହୃଦୟ ସ୍ୱାସ୍ଥ୍ୟ ଓ ମନୋବଳ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରେ। ତେଣୁ ସକାଳ ଜଲଖିଆ ଛାଡ଼ିବା ଉଚିତ ନୁହେ।

