This facility is not available unless PAN card is linked with Aadhaar

ଆଧାର ସହ ପାନ୍ କାର୍ଡ ଲିଙ୍କ୍ ନକଲେ ପାଇବେ ନାହିଁ ଏହି ସୁବିଧା

Top Storise ଦେଶ- ବିଦେଶ

ବ୍ୟୁରୋ : କଣ୍ଟ ସରିବାକୁ ଆଉ ଅଳ୍ପ ଦିନ। କଣ୍ଟ ସରିଲେ ନାନା ପ୍ରକାର ଅସୁବିଧା ଭୋଗିବେ। ଯଦି ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କ୍ କରି ନାହାନ୍ତି ତେବେ ଜଲଦି କରି ଦିଅନ୍ତୁ। ଆଉ ମାତ୍ର କେଇ ଦିନର ମହାଲତ। ସରକାରଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ ୨୦୨୩ ମାର୍ଚ୍ଚ ୩୧ ତାରିଖ ହେଉଛି ଆଧାର କାର୍ଡ ସହ ପାନ୍‌ ଲିଙ୍କ୍‌ କରିବାର ଶେଷ ତାରିଖ । ତେଣୁ ଶେଷ ତାରିଖ ପୂର୍ବରୁ ଆଧାର କାର୍ଡ ସହ ପାନ୍‌ ଲିଙ୍କ୍‌ କରେଇ ନିଅନ୍ତୁ ।

IT ଆକ୍ଟ ୧୯୬୧ ଅନୁଯାୟୀ, ଦେଶର ପ୍ରତ୍ୟେକ ନାଗରିକ ଆଧାରକାର୍ଡ ସହ ପାନ ଲିଙ୍କ୍‌ କରିବାକୁ ବାଧ୍ୟ । ଏପ୍ରିଲ ପହିଲାରୁ ଆଉ ଚେଷ୍ଟା କଲେ ବି ଅଧାର କାର୍ଡ ସହ ପାନ୍‌ ଲିଙ୍କ କରାଯାଇପାରିବ ନାହିଁ । ଏଭଳି ଏକ ବଡ଼ ନିଷ୍ପତ୍ତି ଶୁଣାଇଛି ଆୟକର ବିଭାଗ ।

୨୦୨୨ ମାର୍ଚ୍ଚ ୩୧ ପୂର୍ବରୁ ଆଧାର ସହ ପାନ୍ ଲିଙ୍କ୍‌ କରିବା ସମ୍ପୂର୍ଣ୍ଣ ମାଗଣା ଥିଲ । କିନ୍ତୁ ୨୦୨୨ ଏପ୍ରିଲ ୧ ପରଠାରୁ ୨୦୨୨ ଜୁନ୍‌ ୩୦ ମଧ୍ୟରେ ଯେଉଁମାନେ ଆଧାର ସହ ପାନ୍‌ ଲିଙ୍କ କରିଛନ୍ତି ସେମାନଙ୍କୁ ୫୦୦ ଟଙ୍କା ଦେବାକୁ ପଡ଼ିଲା । ଆଉ ଏବେ ଆପଣଙ୍କୁ ଦେବାକୁ ପଡ଼ୁଛି ୧୦୦୦ ଟଙ୍କା । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯଦି ଆପଣ ଆଧାର ର୍ଡ ସହ ପାନ୍‌ ଲିଙ୍କ୍‌ ନକରିବେ ତେବେ ୨୦୨୩ ଏପ୍ରିଲ ୧ ତାରିଖଠାରୁ ଆପଣଙ୍କ ପାନ କାର୍ଡ ଅଚଳ ହୋଇଯିବ ।

ପାନ୍‌ ସହ ଆଧାର ଲିଙ୍କ୍‌ ନଥିଲେ ଅସୁବିଧା କ’ଣ ?

139AA, 1961 ଆକ୍ଟ ଅନୁଯାୟୀ ଦେଶର ପ୍ରତ୍ୟେକ ଟିକସ ଦାତା ପାନ୍‌ କାର୍ଡ ସହ ଆଧାର କାର୍ଡ ଲିଙ୍କ୍‌ କରିବା ବାଧ୍ୟତାମୂଳକ । ଏହା ନକରିଥିଲେ ଆପଣ ବଡ଼ ସମସ୍ୟାରେ ପଡ଼ିପାରନ୍ତି । ସେଗୁଡ଼ିକ ହେଳା…

ଅଚଳ ହେବ ପାନ୍‌

ଯଦି ପାନ୍‌ ସହ ଆଧାର ଲିଙ୍କ୍ ନହୁଏ ତେବେ ଆଗାମୀ ଏପ୍ରିଲ ୧ ତାରିଖଠାରୁ ପାନ୍‌ କାର୍ଡ ବା ଆପଣଙ୍କ ପାନ୍‌ ନମ୍ବର ଅଚଳ ହୋଇଯିବ । ଏହା ଦ୍ୱାରା ଆପଣଙ୍କୁ କୌଣସି ବି ବ୍ୟାଙ୍କ୍‌ ନେଣ ଦେଣରେ ସମସ୍ୟା ଦେଖାଦେବ । ଆଗକୁ ଆପଣ ନୂଆ ବ୍ୟାଙ୍କ ଆକାଉଣ୍ଟ ବି ଖୋଲି ପାରିବେ ନାହିଁ । ଏମିତିକି ମ୍ୟୁଚୁଆଲ ଫଣ୍ଡରେ ନିବେଶ ମଧ୍ୟ କରିପାରିବେ ନାହିଁ ।

ଟିକସ ଫାଇଲ କରିପାରିବେ ନାହିଁ

ପାନ୍‌ ସହ ଆଧାର ଲିଙ୍କ୍ ନଥିଲେ ଆପଣ ଆୟକର ପୈଠ କରିପାରିବେ ନାହିଁ । ଅର୍ଥାତ୍‌ ଇନ୍‌କମ୍‌ ଟାକ୍ସ ରିଟର୍ଣ୍ଣ ଫାଇଲ୍‌ କରିପାରିବେ ନାହିଁ । ଯାହାଦ୍ୱାରା ଆପଣଙ୍କୁ ମୋଟା ଅଙ୍କର ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ । ପେଣ୍ଡିଂ ପଡ଼ିଥିବା ଆୟକର ରିଟର୍ଣ୍ଣ ମଧ୍ୟ ପ୍ରୋସେସିଂ ନହେବାର ସମ୍ଭାବନା ଅଧିକ ରହିଛି ।

ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ଯଦି ଆପଣଙ୍କ ପାନ୍‌ ସହ ଆଧାର ଲିଙ୍କ୍ ହୋଇନଥିବ ତେବେ ଆପଣଙ୍କୁ ଆୟକର ନିୟମ ଅନୁଯାୟୀ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିପାରେ ।

ଅନେକ ଫାଇଦାରୁ ବଞ୍ଚିତ ହେବେ

ପାନ୍‌ ସହ ଆଧାର ଲିଙ୍କ୍‌ ନଥିଲେ ଆପଣ ଅନେକ ସୁବିଧାରୁ ବଞ୍ଚିତ ହେବେ । ଯେମିତିକି ସରକାର ବିଭିନ୍ନ ଯୋଜନାରେ ଆପଣ ସାମିଲ ହୋଇପାରିବେ ନାହିଁ କିମ୍ବା ବିଭିନ୍ନ ଯୋଜନାରେ ଥିବା ସବ୍‌ସିଡି ଆପଣଙ୍କୁ ମିଳିବ ନାହିଁ । ତେଣୁ ତୁରନ୍ତୁ ଆପଣ ଲିଙ୍କ୍‌ କରେଇବାକୁ ହେବ । ତେବେ ଆଧାର ସହ ପାନ୍‌ ଲିଙ୍କ୍‌ ହେବା ପରେ କୌଣସି ଟିକସ ଦାତା ଆଉ ଟିକସ ଫାଙ୍କିପାରିବେ ନାହିଁ ବୋଲି କୁହାଯାଉଛି । ଏମିତି ପ୍ରତ୍ୟେକ ଟିକସ ଦାତାଙ୍କ ଉପରେ ସରକାରଙ୍କ ନଜର ରହିବ । କିଛି ଲୋକ ଏକାଧିକ ପାନ୍‌ କାର୍ଡ କରି ଟିକସ ଫାଙ୍କି ଆସୁଛନ୍ତି । ଆଧାର ସହ ପାନ୍‌ ଲିଙ୍କ ହେବା ପରେ ଏହି ଠକାମି ଆଉ ହୋଇପାରିବ ନାହିଁ ବୋଲି କୁହାଯାଉଛି ।ଅନେକ ସରକାରୀ ଯୋଜନା ଏବେ ଆଧାର ସହ ଜଡ଼ିତ । ତେବେ ଏହା ପାନ୍‌ କାର୍ଡ ସହ ଯୋଡ଼ି ହେଲେ ସରକାରର ଯୋଜନାର ଅଯୋଗ୍ୟ ହିତାଧିକାରୀ ପଦାରେ ପଡ଼ିବାର ସମ୍ଭାବନା ରହିଛି । ଏହାସହ ସରକାରୀ ଯୋଜନାଗୁଡ଼ିକରେ ହେରଫେର ହେବାର ସମ୍ଭାବନା କମିଯିବ ।

Leave a Reply

Your email address will not be published. Required fields are marked *