ଆଜି ‘ବିଶ୍ୱ ହୃଦୟ ଦିବସ’ : ଚଳିତ ବର୍ଷର ଥିମ୍ ରହିଛି ‘ୟୁଜ ହାର୍ଟ ଫର ଏଭ୍ରି ହାର୍ଟ’

Top Storise ରାଜ୍ୟ

ଭୁବନେଶ୍ୱର: ଆଜି ବିଶ୍ୱ ହୃଦରୋଗ ଦିବସ । ହୃଦରୋଗର ପ୍ରତିଷେଧ ଓ ନିରାକରଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ହୃଦୟ ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି ‘ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ’ । ଏବେ ହୃଦଘାତ ଯୋଗୁ ଯୁବପିଢିଙ୍କ ମୃତ୍ୟୁ ଏବେ ଚିନ୍ତାର କାରଣ ହୋଇଛି । ଯୁବକମାନେ ମାତ୍ରାଧିକ ଶାରିରୀକ ବ୍ୟାୟାମ କରିବା ପୂର୍ବରୁ ହୃତ୍ପିଣ୍ଡ ସହ ସନ୍ତୁଳନ ରକ୍ଷା କରିବାକୁ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ବିଶ୍ୱ ହୃଦୟ ଦିବସ

– ନିୟମିତ ସ୍କ୍ରନିଂ ଦ୍ୱାରା ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ସମସ୍ୟା ଚିହ୍ନଟ ହୋଇପାରିବ

– ଫଳରେ ହୃତପିଣ୍ଡ କ୍ଷତିଗ୍ରସ୍ତ ହେବା ପୂର୍ବରୁ ଚିକିତ୍ସା ହୋଇପାରିବ

– ବର୍ଷକୁ ଦୁଇ ଥର ହୃତ୍ପିଣ୍ଡ ସ୍କ୍ରିନିଂ କରାଯିବା ଉଚିତ୍

– ପ୍ରତିନିଦି ୩୦ରୁ ୪୦ ମିନିଟ୍ ବ୍ୟାୟାମ କରିବା ଆବଶ୍ୟକ

– ମାତ୍ରାଧିକ ବ୍ୟାୟାମ କଲେ ଅନ୍ତର୍ନିହିତ କରୋନାରି ବ୍ଲକ ହୋଇଯାଏ

– ଆକସ୍କିକ କାର୍ଡିଆକ୍ ଆରେଷ୍ଟ ପାଇଁ ତୁରନ୍ତ ଚିକିତ୍ସା କରାଯାଇପାରିବ

– କିଛି ମିନିଟ୍ ମଧ୍ୟରେ ଚକିତ୍ସା କରାନଗଲେ ରୋଗୀର ବଞ୍ଚିବା ଆଶା ୯୦ ପ୍ରତିଶତ କମିଯାଏ

– ଥରେ ହାର୍ଟ ଆଟାକ୍ ହେବା ପରେ ପ୍ରଥମ ୬ ମାସ ଯାଏଁ ରୋଗୀ ପାଇଁ ଏସିଡିଟି ବିପଦ

Leave a Reply

Your email address will not be published. Required fields are marked *