‘ଆଜି ଦୁନିଆ କାନ ଖୋଲି ଶୁଣୁଛି ଭାରତ କ’ଣ କହୁଛି’: ୟୁକ୍ରେନ ସଙ୍କଟକୁ ନେଇ କହିଲେ ରାଜନାଥ ସିଂହ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ୟୁପି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୟୁପି ବୋରିଆରେ ନିର୍ବାଚନୀ ଜନସଭାକୁ ସମ୍ବୋନ୍ଧିତ କରିଛନ୍ତି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ବିଜେପି ସରକାରର ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯଦି ୟୁପି ବିକାଶ ଚାହୁଛନ୍ତି ତେବେ ପୁଣିଥରେ ଭାଜପା ସରକାର ଆସିବା ଦରକାର, ସେ ରୁଷ ୟୁକ୍ରେନ ଯୁଦ୍ଧକୁ ନେଇ ମଧ୍ୟ ପ୍ରତିକ୍ରିୟ କରିଛନ୍ତି ଏବଂ କହିଛନ୍ତି ଯେ ଏବେ ଭାରତ କଥା ସମସ୍ତେ କାନ ଖୋଲି ଶୁଣୁଛନ୍ତି ।

ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୟୁପିର ବେରିଆରେ ନିର୍ବାଚନୀ ସଭା ସମୟରେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ହେଉଥିବା ଯୁଦ୍ଧକୁ ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି ୟୁକ୍ରେନରେ ଯାହା ସବୁ ଘଟୁଛି ତାହାର ଶାନ୍ତିର ସହକାରେ ସମାଧାନ ହେଉ । ଏହା ସହ ସେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ପୂର୍ବରୁ ଲୋକମାନେ ଭାରତ କଥା ଶୁଣୁନଥିଲେ କିନ୍ତୁ ଏବେ ଭାରତ କ’ଣ କହୁଛି ତାହାକୁ ଦୁନିଆ କାନ ଖୋଲି ଣୁଣୁଛି ।

Leave a Reply

Your email address will not be published. Required fields are marked *