ପଞ୍ଜଶେରରେ ଏକତ୍ର ହେଉଛନ୍ତି ତାଲିବାନ ବିରୋଧୀ, ହାତମୁଠାକୁ ନେଲେ ଚାରିକାର

Top Storise ଦେଶ- ବିଦେଶ

ପଞ୍ଜଶିରା: ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିଥିଲେ ମଧ୍ୟ ଏବେ ପଞ୍ଜଶେରକୁ ନେଇ ଆଲୋଚନା ଜୋର ଧରିଛି । ପୂର୍ବ ରାଷ୍ଟ୍ରପତି ଅମରୁହ୍ଲା ସାଲେହ ନିଜକୁ ରାଷ୍ଟ୍ରପତି ଘୋଷଣା କରିବା ପରେ ତାଙ୍କ ସମର୍ଥନ ବୃଦ୍ଧି ପାଇଛି । ସାଲେହଙ୍କ ବ୍ୟତୀତ ଆଫଗାନିସ୍ତାନ ୱାର ଲଡ କୁହାଯାଉଥିବା ଜେନରାଲ ଅବଦୁଲ ରଶିଦ ଦୋସ୍ତମ, ଅତାର ମହମ୍ମଦ ନୁରଙ୍କ ସୈନିକ ଓ ଅହମ୍ମଦ ମସୁଦଙ୍କ ସୈନ୍ୟ ଏଥିରେ ସାମିଲ ହୋଇ ସାରିଛନ୍ତି । ପଞ୍ଜଶେରରେ ମିଳିତ ଭାବେ ସେମାନେ ନଦର୍ଣ୍ଣ ଆଲାୟନ୍ସର ପତାକା ମଧ୍ୟ ଉଡାଇଛନ୍ତି ।

ଏହାର ନିକଟବର୍ତି ଅଂଚଳ ଚାରିକାରକୁ ଦୁଇ ପଟେ ଆକ୍ରମଣ କରି ତାଲିବାନ କବଳରୁ ମୁକ୍ତ କରିବାରେ ଏହି ଆଲାୟନ୍ସ ସଫଳ ହୋଇଛି । ସବୁଠାରୁ ବଡ କଥା ସେମାନଙ୍କ ପ୍ରତି ଜନ ସମର୍ଥନ ରହିଛି । ଆଫଗାନିସ୍ତାନର ପ୍ରମୁଖ ସୈନ୍ୟ ଅଧିକାରୀ ଆଗୁଆ ଏଠାରେ ଆସି ଲୁଚି କରି ରହିବା ସହ ରଣନୀତି ପ୍ରସ୍ତୁତ କରିଛନ୍ତି । ଏହା ବ୍ୟତୀତ ଅନ୍ୟ ଦେଶର ସହଯୋଗ ମଧ୍ୟ ସେମାନଙ୍କୁ ମିଳୁଛି । ୨୧ ବର୍ଷ ପରେ ଏହି ଆଲାୟନ୍ସ କାର୍ଯ୍ୟକ୍ଷମ ହେବା ଫଳରେ ତାଲିବାନ ମୁଣ୍ଡ ବ୍ୟଥା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *