ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

Top Storise ରାଜ୍ୟ

ଢେଙ୍କାନାଳ : ଦୁର୍ଘଟଣା ନେଲା ଜୀବନ । ଢେଙ୍କାନାଳ ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର କୁଲେଇ ଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକକୁ ପଛ ପଟୁ ଧକ୍କା ଦେଲା ଟ୍ରକ । ଫଳରେଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକ ଜଣକ ଦେବଗଡ଼ ଜିଲ୍ଲା ଡିମିରିକୁଦା ଗାଁ ର ସଞ୍ଜୟ କୁମାର ମଞ୍ଜି। ସୂଚନା ଅନୁସାରେ ଆଜି ଭୋରରୁ ଡ୍ରାଇଭର ଜଣକ ଆଇରନ୍ ଲୋଡ କରି ତାଳଚେର ଭୂଷଣ ପ୍ଲାଣ୍ଟକୁ ଯାଉଥିଲେ। ଭୁତିଆ ଛକ ନିକଟରେ ସେ ଟ୍ରକକୁ ଠିଆ କରି ଗାଡି ଚେକ୍ କରିବା ସମୟରେ। ଅନ୍ୟ ଏକ ଗାଡି କ୍ଷିପ୍ର ଗତିରେ ଆସି ଠିଆ ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲ।

ଫଳରେ ଗାଡି ଚଢିଯାଇ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଗାଡି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *