ଧରାପଡ଼ିଲେ ଦୁଇ ନକଲି IAS ଅଧିକାରୀ,୧ କୋଟି ୧୭ ଲକ୍ଷ ଟଙ୍କା ଠକିଥିଲେ

Top Storise ରାଜ୍ୟ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତରେ ଦୁଇ ନକଲି ଆଇଏସଏସ୍ ଅଧିକାରୀ । ୧ କୋଟି ୧୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବା ଜଣାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର। ଉଭୟେ ନିଜକୁ ଆଇଏଏସ୍ ଅଧିକାରୀ କହି ଲୋକଙ୍କୁ ଭୁଆଁ ବୁଲାଉଥିଲେ।

କିରାଣି ଥିବା ସୂର୍ଯ୍ୟମଣି ତ୍ରିପାଠୀ ନିଜକୁ IAS କହୁଥିଲା । ଅମିତ ସ୍ୱାଇଁ ନିଜକୁ ସହକାରୀ ଯନ୍ତ୍ରୀ କହୁଥିଲା । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଥିବା କୁହାଯାଉଛି।ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାରଙ୍କୁ ଗତକାଲି କଟକ ଓ ଭୁବନେଶ୍ୱରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

ଦିଲ୍ଲୀର ରିକବ ଚାନ୍ଦଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏହି ଦୁଇଜଣଙ୍କୁ ଗିରଫ କରିଛି।ଏଥିରେ ଜଣେ ମହିଳାଙ୍କର ବି ସମ୍ପୃକ୍ତି ରହିଛି। ସେ ମହିଳା ନିଜକୁ ଟ୍ରଜେରୀ ଅଫିସରର ପରିଚୟ ଦେଇଥିଲେ।କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *