ଭୁବନେଶ୍ୱର: ଗୌହାଟୀରେ ୯ ଜାନୁୟାରୀ ୨୦୨୨ରେ ହେବାକୁ ଥିବା ୧୬ ବର୍ଷରୁ କମ ବିଜୟ ମର୍ଚ୍ଚାଂଟ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ୨୦ ଜଣିଆ ଓଡିଶା ଦଳ ଘୋଷଣା କରାଯାଇଛି । ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏ ନେଇ ସୂଚନା ଦେଇଥିଲେ । ଶ୍ରେୟାଂଶ ଭରଦ୍ୱାଜ ଅଧିନାୟକ ଏବଂ କରନ ମହାପାତ୍ର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ।
ଓଡିଶା ଦଳ: ଶ୍ରେୟାଂଶ ଭରଦ୍ୱାଜ (ଅଧିନାୟକ), କରନ ମହାପାତ୍ର (ଉପ ଅଧିନାୟକ), ଆୟୂଶ ସୂତାର, ସୌରଭ କୁଣ୍ଡୁ, ଆକାଶ ମହାପାତ୍ର, ମୃତ୍ୟୁଞ୍ଜୟ ମହାପାତ୍ର, ଅଭିଷେକ ମହାନ୍ତି, ସାର୍ଥକ ସ୍ୱୟମ ପ୍ରକାଶ, କ୍ରିସ ସିଂ, ରତି ରଞ୍ଜନ ବାରିକ, ପୀୟୂଷ ମନ୍ତ୍ରୀ, ପ୍ରତୀକ ସ୍ୱାଇଁ, ସୁମିତ ମିଶ୍ର, ସାଇ ପ୍ରକାଶ ପଟ୍ଟନାୟକ, ଶ୍ରୀଜେଶ ପଟ୍ଟନାୟକ, କ୍ରିଷ୍ଣା ମହାନ୍ତି, ଦେବଜ୍ୟୋତି ପଟ୍ଟନାୟକ, ମହମ୍ମଦ ଫୈଜାନ, ପୀୟୂଷ ପାଣିଗ୍ରାହୀ, ଚିରଞ୍ଜିବୀ ବେହେରା ।