ନୂଆଦିଲ୍ଲୀ: କନ୍ନଡ ବକ୍ସ ଅଫିସରେ ସଫଳତା ହାସଲ କରିବା ପରେ ଫିଲ୍ମ ‘କାନ୍ତାରା’ ପାନ ଇଣ୍ଡିଆରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରକୁ ଦେଶର ବିଭିନ୍ନ ସ୍ଥାନରୁ ପ୍ରେମ ମିଳୁଛି। ଚଳଚ୍ଚିତ୍ରଟି କନ୍ନଡ ସଂସ୍କରଣରେ ରିଲିଜ୍ ହେବାର ପ୍ରଥମ ଦିନରୁ ଦର୍ଶକଙ୍କ ମଧ୍ୟରେ ଅଧିକ ଉତ୍ସହିତ ସୃଷ୍ଟି କରିଥିଲା। ଏହି ଫିଲ୍ମଟି ହିନ୍ଦୀ ସଂସ୍କରଣ ରିଲିଜ୍ ହେବା ପରେ ଦର୍ଶକଙ୍କ ଉତ୍ସାହ ଦୁଇଗୁଣ ବଢିଯାଇଛି। ଧନୁଷ, ଅନିଲ କୁମ୍ବଲେ, ପ୍ରଶାନ୍ତ ନୀଲ ଏବଂ ଅନ୍ୟାନ୍ୟ ସେଲିବ୍ରିଟି ଏହି ଚଳଚ୍ଚିତ୍ରକୁ ପଜିଟିଭ ରିଭ୍ୟୁ ଦେଇଛନ୍ତି। ଏହି ଫିଲ୍ମର ସଫଳତାକୁ ନେଇ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଫିଲ୍ମର ଏକ ଟିମ ସହ ସାକ୍ଷାତ କରି ଫିଲ୍ମକୁ ପ୍ରଶଂସା କରିଛନ୍ତି।
ରିଷଭ ସେଟ୍ଟୀଙ୍କ ନିର୍ଦ୍ଦେଶିତ କନ୍ନଡ ଫିଲ୍ମ କାନ୍ତାରା କେବଳ ଦକ୍ଷିଣ ଭାରତ ନୁହେଁ ପୂରା ବିଶ୍ଵରେ ପ୍ରଶଂସା ସାଉଁଟିବାରେ ଲାଗିଛି। ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ସହିତ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ରିଷଭଙ୍କ ଅଭିନୟ ଚତ୍ମକାର ରହିଛି। ବ୍ଲକବଷ୍ଟର ହିଟ୍ କେଜିଏଫ ଫ୍ରାଞ୍ଚାଇଜି ଫିଲ୍ମର ନିର୍ମାତା ହୋମ୍ବାଲେ ଫିଲ୍ମ କାନ୍ତାରାର ନିର୍ମାଣ କରିଛି।
ସେପଟେ ଅନୁରାଗ ଠାକୁର ସୋସିଆଲ ମିଡିଆରେ ଫିଲ୍ମ ‘କାନ୍ତାରା’ ଟିମ ସହ ତାଙ୍କର ସାକ୍ଷାତର ଏକ ଫଟୋ ସେୟାର କରିଛନ୍ତି। ଏହି ଟିମ୍ ମନ୍ତ୍ରୀଙ୍କୁ ଏକ ପୁଷ୍ପଗୁଚ୍ଛ ପ୍ରଦାନ କରିଥିବାବେଳେ ସେମାନେ ଭାରତକୁ ବିଶ୍ୱର ଚଳଚ୍ଚିତ୍ର ହବ୍ କରିବା ବିଷୟରେ ଆଲୋଚନା କରିଥିଲେ। ଏହି ଟୁଇଟର କ୍ୟାପସନରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଲେଖିଛନ୍ତି ଯେ “ମୁଁ @hombalefilms ଟିମକୁ ସାକ୍ଷାତ କରିବା ସହ ସେମାନଙ୍କ ଚଳଚ୍ଚିତ୍ର କାନ୍ତାରା ପାଇଁ ସଫଳତା କାମନା କରିଛି। ଭାରତକୁ ବିଶ୍ୱର ଚଳଚ୍ଚିତ୍ର କେନ୍ଦ୍ର କରିବା ପାଇଁ ସେ ତାଙ୍କର ବିଚାରକୁ ମଧ୍ୟ ଶୁଣିଥିଲି।” ଏହି ଟୁଇଟରେ ସେ ଦଳର ସଦସ୍ୟ @VKiragandur @CaluveG @ Kartik1423 କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।
ଫିଲ୍ମ କାନ୍ତାରା ଏକ ସାଂସ୍କୃତିକ ଡ୍ରାମା ଫିଲ୍ମ, ଯାହା ଏକ ଖାସ୍ ସଂସ୍କୃତି ସଂପର୍କିତ କାହାଣୀକୁ ମଜାଦାର ଶୈଳୀରେ ଉପସ୍ଥାପନ କରାଯାଇଛି। କାନ୍ତାରାରେ ତିନି ଶତାବ୍ଦୀର କାହାଣୀ ଦର୍ଶକଙ୍କୁ ଅତି ମଜାଳିଆ ଉପାୟରେ ଉପସ୍ଥାପିତ କରାଯାଇଛି। କାନ୍ତାରାକୁ କେବଳ ସିନେ ବିଶ୍ଳେଷକ ନୁହନ୍ତି ବରଂ ଦର୍ଶକଙ୍କଠୁ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି। ସାମାଜିକ ଗଣମାଧ୍ୟମରେ ଫିଲ୍ମର ଅଭିନବ କଣ୍ଟେଣ୍ଟ ଏବଂ ସିନେମାଟୋଗ୍ରାଫିକୁ ଖୁବ୍ ପସନ୍ଦ କରାଯାଉଛି। ଏହି ଫିଲ୍ମଟି ଦକ୍ଷିଣ ଭାରତର ଏପରି ଏକ ବିରଳ ଅଂଶ, ଯାହା ବିଷୟରେ ଆପଣ କ୍ୱଚିତ୍ ଦେଖିଥିବେ କିମ୍ବା ଶୁଣିଥିବେ। ସତରେ ଏହି ଫିଲ୍ମଟି ପ୍ରଶଂସା ଯୋଗ୍ୟ।