ଆଜିଠୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୩ ଦିନିଆ ଅନୁଗୁଳ ଗସ୍ତ

Top Storise ରାଜ୍ୟ

ଭୁବନେଶ୍ୱର: ଆଜିଠୁ ୩ ଦିନିପାଇଁ ଅନୁଗୁଳ ଗସ୍ତ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୭ ତାରିଖ ପର୍ଯ୍ୟନ୍ତ ସେ ଅନୁଗୁଳ ଓ ଢେଙ୍କାନାଳର ବିଭିନ୍ନ ସ୍ଥାନ ଗସ୍ତ କରି ସେଠାରେ ଲୋକଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ପ୍ରଧାନ ୪ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମୋଦୀ ସରକାରଙ୍କ ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କୁ ଜଣାଇବେ କେନ୍ଦ୍ରମନ୍ତ୍ରୀ।

ସୂଚନା ଅନୁସାରେ, ଆଜି(ଶନିବାର) ଅନୁଗୁଳ ତାଳଚେରରେ ଆୟୋଜିତ ହେବାକୁ ଥିବା ଗରିବ କଲ୍ୟାଣ ସମାବେଶରେ ଯୋଗଦେବା ସହିତ ରବିବାର ନାଲକୋନଗର ଠାରେ ଡକ୍ଟର ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ ଧର୍ମେନ୍ଦ୍ର। ଏହାପରେ ଖମାରଠାରେ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ ସେଠାରେ ଲୋକଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂଯୁକ୍ତ ମୋର୍ଚ୍ଚା ବୈଠକରେ ଯୋଗଦେବା ସହ ପୁରାତନ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ୨୬ ତାରିଖରେ ଛେଣ୍ଡିପଦାରେ ଏବଂ ୨୭ରେ ଗଁଦିଆ ମିନି ଷ୍ଟାଡିୟମଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *