କେନ୍ଦ୍ରମନ୍ତ୍ରୀଙ୍କ ନିଆରା ଦାବି : କହିଲେ- ମାତୃ ଦିବସ ପରି ପାଳନ କରନ୍ତୁ ‘ପତ୍ନୀ ଦିବସ’

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ‘ମାତୃ ଦିବସ’ ଭଳି ‘ପତ୍ନୀ ଦିବସ’ ପାଳନ କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱଲେ । ମହାରାଷ୍ଟ୍ରର ସାଙ୍ଗଲିରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏପରି କହିଛନ୍ତି । ତାଙ୍କ କହିବା ମୁତାବକ, ଜଣେ ମା’ ଜନ୍ମ ଦେଉଛି । କିନ୍ତୁ ଜଣେ ପତ୍ନୀ ଭଲ ଓ ଖରାପ ସମୟରେ ସବୁବେଳେ ନିଜ ସ୍ୱାମୀଙ୍କ ସହ ଠିଆ ହେଉଛି ।’

ଏହା ସହ ଆଇନ ମନ୍ତ୍ରୀ କହିଛନ୍ତି ଯେ, ‘ପ୍ରତ୍ୟେକ ସଫଳ ପୁରୁଷଙ୍କ ପଛରେ ଜଣେ ନାରୀର ହାତ ରହିଛି । ଆମକୁ ପତ୍ନୀ ଦିବସ ପାଳନ କରିବାକୁ ପଡିବ ।’ତେବେ ଆନ୍ତର୍ଜାତୀୟ ମାତୃ ଦିସବ ମେ’ ମାସର ଦ୍ୱିତୀୟ ରବିବାର ଦିନ ପାଳନ କରାଯାଏ ।

ତେବେ ୧୮୬୧ରୁ ୧୮୬୫ ମସିହା ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ଦାସତ୍ୱ ପ୍ରଥା ଯୋଗୁଁ ସଂଘର୍ଷ ଲାଗି ରହିଥିଲା । ସେ ସମୟରେ ଜଣେ ସାଧାରଣ ମହିଳା ରୁଗ୍ଣ, ଅସହାୟ ଓ ଆହତମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କ ଉତ୍ସର୍ଗୀକୃତ ସେବା ଯୋଗୁଁ ସେ ସମସ୍ତଙ୍କଠାରେ ଆଦରଣୀୟା ଥିଲେ । ତାଙ୍କ ବିୟୋଗ ପରେ, ତାଙ୍କର ସୁକନ୍ୟା ଆନ୍ନା ଜାର୍ଭିସ୍ ନିଜର ସ୍ନେହମୟୀ ମାଆଙ୍କର ସ୍ମୃତି ରକ୍ଷା ନିମନ୍ତେ ପ୍ରଥମଥର ପାଇଁ ‘ମାତୃ ଦିବସ’ ପାଳନ କରିଥିଲେ ।

Leave a Reply

Your email address will not be published. Required fields are marked *