କଟକ: ପୂର୍ବତନ ବାଚସ୍ପତି ସ୍ବର୍ଗତଃ ଶରତ କରଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ । ଏହି ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୂର୍ବତନ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି।ମାହାଙ୍ଗା ମୈତ୍ରୀ ମଞ୍ଚ ଓ ସ୍ଥାନୀୟ ଅଭ୍ୟର୍ଥନା କମିଟି ପକ୍ଷରୁ କୁଆଁପାଳ ସ୍ଥିତ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସ୍ବର୍ଗତଃ ବାଗ୍ମୀ ଶ୍ରୀ ଶରତ କରଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି।
କୁଆଁପାଳ ଠାରେ ଆୟୋଜିତ ସ୍ମୃତି ଚାରଣ ସଭାରେ ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଶରତ କରଙ୍କର ସୁପୁତ୍ର ଶୋଭନ କର, ସୁମନ କର, ଆଇନଜୀବୀ ଆଦ୍ୟାଶା କର ଏବଂ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଏଥିସହ ସ୍ବର୍ଗତଃ ଶରତ କରଙ୍କର ଜୀବନଶୈଳୀ ଓ ସାହିତ୍ୟ ସଂସ୍କୃତି ପ୍ରତି ଥିବା ଅବଦାନ ସମ୍ବନ୍ଧରେ ସ୍ମୃତି ଚାରଣ କରିଥିଲେ ।