ଏୟାର ଇଣ୍ଡିଆକୁ ୧୨୫.୯ ନିୟୁତ ଦେବାକୁ ଆମେରିକାର ନିର୍ଦ୍ଦେଶ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଟାଟା ଗ୍ରୁପ ମାଲିକାନାରେ ଥିବା ଏୟାର ଇଣ୍ଡିଆକୁ ୧୨୫.୯ ମିଲିୟନ ଡଲାର ଦେବାକୁ ନିର୍ଦ୍ଦେଶ ଦେଇଛି ଆମେରିକା। ମହାମାରୀ କରୋନା ଓ ଅନ୍ୟାନ୍ୟ ସମୟରେ ଏୟାର ଇଣ୍ଡିଆର ବିମାନ ବାତିଲ ଏବଂ ବିମାନ ସମୟରେ ପରିବର୍ତ୍ତନ ଯୋଗୁ ଅନେକ ଲୋକ ଟିକେଟ ବାତିଲ କରିଥିଲେ। ଏହି ଟଙ୍କା ଏବେ ଆମେରିକା ସରକାର ଯାତ୍ରୀଙ୍କୁ ଫେରସ୍ତ କରିବାକୁ ଏୟାର ଇଣ୍ଡିଆକୁ କହିଛନ୍ତି। ତେଣୁ ଏ ବାବଦରେ ଏୟାର ଇଣ୍ଡିଆକୁ ୧୨୧.୫ ମିଲିୟନ ଡଲାର ଦେବାକୁ କୁହାଯାଇଛି। ସେହିପରି ଯାତ୍ରୀଙ୍କ ଟଙ୍କା ଫେରସ୍ତ ନୀତିରେ କମ୍ପାନୀ ବିଳମ୍ବ କରିଥିବାରୁ ଏୟାର ଇଣ୍ଡିଆ ଉପରେ ୧.୪ ମିଲିୟନ ଡଲାରର ଜୋରିମାନା ଲାଗୁ କରାଯାଇଛି।

ଆମେରିକାର ପରିବହନ ବିଭାଗ ଏୟାର ଇଣ୍ଡିଆ ସମେତ ୬ଟି ବିମାନ କମ୍ପାନୀ ଠାରୁ ୬୦୦ ମିଲିୟନ ଡଲାର ରିଫଣ୍ଡ ଆକାରରେ ପାଇବ। ଏଥିପାଇଁ କମ୍ପାନୀ ଗୁଡ଼ିକ ରାଜି ହୋଇଥିବା ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ଡିପାର୍ଟମେଣ୍ଟ ଅଫ ଟ୍ରାନ୍ସପ୍ରୋଟେସନର ରିଫଣ୍ଡ ନୀତି ଏୟାର ଇଣ୍ଡିଆର ରି-ଫଣ୍ଡ ନୀତି ଅଲଗା। ତଥାପି ଏୟାର ଇଣ୍ଡିଆ ଜୋରିମାନା ସହ ରି-ଫଣ୍ଡ ପାଇଁ ରାଜି ହୋଇଛି। ଅଧିକାରୀଙ୍କ ସୂଚନା ଅନୁସାରେ, ୧୯୦୦ ରିଫଣ୍ଡ ଅଭିଯୋଗ ମଧ୍ୟରୁ ଅଧା ଲୋକଙ୍କ ଟଙ୍କା ଫେରସ୍ତ କରିବା ପାଇଁ ଏୟାର ଇଣ୍ଡିଆ ୧୦୦ରୁ ଅଧିକ ଦିନ ସମୟ ନେଇଥିଲା। ତେଣୁ ରିଫଣ୍ଡ ଅର୍ଥ ସହ କମ୍ପାନୀ ଉପରେ ଜୋରିମାନା ଲାଗୁ କରାଯାଇଛି।

ସମାନ ନୀତିରେ ଫ୍ରଣ୍ଟିନର, ଟିଏପି ପର୍ତ୍ତୁଗାଲ, ଏରୋ ମେକ୍ସିକୋ, ଇଆଇ ଏଆଇ ଓ ଏଭିଆନକା ବିମାନ ସେବା କମ୍ପାନୀକୁ ମଧ୍ୟ ରି-ଫଣ୍ଡ ପାଇଁ ଟଙ୍କା ଦେବାକୁ କୁହାଯାଇଛି।

ପ୍ରଣ୍ଟିନରକୁ ଟଙ୍କା ଫେରସ୍ତ ବାବଦରେ ୨୨୨ ମିଲିୟନ ଡଲାର ଓ ଜୋରିମାନା ବାବଦରେ ୨.୨ ମିଲିୟନ ଡଲାର ଓ ଟିଏପି ପର୍ତ୍ତୁଗାଲକୁ ଟଙ୍କା ଫେରସ୍ତ ବାବଦରେ ୧୨୬.୫ ମିଲିୟନ ଡଲାର ଓ ୧.୧ ମିଲିୟନ ଡଲାର ଜୋରିମାନା ଆକାରରେ ଦେବାକୁ କୁହାଯାଇଥିବା ବେଳେ ଏଭିଆନକାକୁ ଯଥାକ୍ରମେ ୭୬.୮ ମିଲିୟନ ଓ ୭୫୦,୦୦୦ ଡଲାର, ଇଆଇ ଏଆଇକୁ ୬୧.୯ ମିଲିୟନ ଓ ୯୦୦,୦୦୦ ଡଲାର ଏବଂ ଏରୋ ମେକ୍ସିକୋକୁ ୧୩.୬ ମିଲିୟନ ଡଲାର ଓ ୯୦୦,୦୦୦ ଡଲାର ଦେବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *