‘ଭୁଲ୍‌ ଭୁଲେୟା ୨’ରେ ପୁଣି ଥରେ ମଞ୍ଜୁଲିକା ହେବେ ବିଦ୍ୟା!

Top Storise ମନୋରଞ୍ଜନ

ନୂଆଦିଲ୍ଲୀ: ୨୦୦୭ରେ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଭୁଲ୍‌ ଭୁଲେୟା’ ବକ୍ସ ଅଫିସରେ ବେଶ୍‌ ସଫଳତା ହାସଲ କରିଥିଲା। ବର୍ତ୍ତମାନ ଖୁବ୍ ଶୀଘ୍ର ଦର୍ଶକ ଏହି ଚଳଚ୍ଚିତ୍ରର ସିକ୍ୱେଲ୍ ଦେଖିବାକୁ ପାଇବେ। ‘ଭୁଲ୍‌ ଭୁଲେୟା ୨’ର ଚଳିତ ରିଲିଜ ହେବାକୁ ଯାଉଛି। ଯେଉଁଥିରେ କାର୍ତ୍ତିକ ଆର୍ଯ୍ୟନ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ପାର୍ଟ ୨କୁ ନେଇ ପ୍ରଶଂସକ ବେଶ୍‌ ଉତ୍ସାହିତ ଅଛନ୍ତି। ଫିଲ୍ମରେ ବିଦ୍ୟା ବାଲାନଙ୍କ ମଞ୍ଜୁଲିକା ଭୂମିକାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ବିଦ୍ୟା ବାଲାନ୍ ପୁଣି ଥରେ ମଞ୍ଜୁଲିକାଙ୍କ ଭୂମିକାରେ ନଜର ଆସିବେ କି ନାହିଁ ସେ ନେଇ ଚର୍ଚ୍ଚା ଲାଗିରହିଛି। ମିଡ୍ ଡେ ସହିତ ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ଆନିସ୍ ବାଜମି ମଞ୍ଜୁଲିକାକୁ ତାଙ୍କ ପ୍ରିୟ ଚରିତ୍ର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଯଦି ଆମେ ‘ଭୁଲ୍ ଭୁଲେୟା ୨’ ତିଆରି କରୁ, ତେବେ ମଞ୍ଜୁଲିକା ଏଥିରେ ରହିବା ନିହାତି ଜରୁରୀ। ଏହାପରେ ସେ ଏ ବିଷୟରେ ଆଉ କିଛି କହିବାକୁ ମନା କରିଦେଇଥିଲେ ଏବଂ ଆଗକୁ ଏନେଇ ସସ୍‌ପେନ୍ସ ଜାରି ରହୁ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *