କନ୍ୟା ସନ୍ତାନଙ୍କୁ ଜନ୍ମ ଦେଲେ ବିପାସା ବସୁ

Top Storise ଦେଶ- ବିଦେଶ ମନୋରଞ୍ଜନ

ନୂଆଦିଲ୍ଲୀ : ପିତାମାତା ହେଲେ ବିପାସା ବସୁ ଓ କରଣ ସିଂହ ଗ୍ରୋଭର । ତାଙ୍କ ଘରକୁ ଆସିଲା କୁନି ଅତିଥି । ୪୩ ବର୍ଷ ବୟସରେ ଅଭିନେତ୍ରୀ ବିପାସା ବସୁ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପରେ ବଲିଉଡର ଏହି କପୁଲ ମଧ୍ୟ ପ୍ୟାରେଣ୍ଟ କ୍ଲବରେ ଯୋଗ ଦେଇଛନ୍ତି।

ଗତ ଅଗଷ୍ଟ ମାସରେ ବିପାସା ଓ କରଣ ପ୍ରେଗ୍ନାନସୀର ଆନାଉନ୍ସ କରିଥିଲେ। ବିପାସା ଓ କରଣଙ୍କ ବିବାହ ୨୦୧୬ ମସିହାରେ ହୋଇଥିଲା । ବିବାହର ୬ ବର୍ଷ ପରେ ଦମ୍ପତ୍ତି ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି।

ପ୍ରେଗ୍ନାସୀ କାଳରେ ବିପାସା ଅନେକବାର ତାଙ୍କର ମେଟରନିଟି ଫଟୋ ସୁଟ୍ କରାଇଥିଲେ । ଏହି ସବୁ ଫଟୋ ଭାଇରାଲ ହେବା ପରେ ତାଙ୍କୁ ଅନେକ କମ୍ପ୍ଲିମେଣ୍ଟସ୍ ମଧ୍ୟ ମିଳିଥିଲା। ତେବେ କିଛିଦିନ ପୂର୍ବରୁ ‘ବମ୍ବେ ଟାଇମ୍ସ’କୁ ଦେଇଥିବା ସାକ୍ଷାତକାରରେ ବିପାସା ଏକ କନ୍ୟା ସନ୍ତାନ ଚାହୁଁଥିବା କହିଥିଲେ। ଘରକୁ ଏକ ବେବି ଗାର୍ଲ ଆସୁ ବୋଲି କହିଥିଲେ। ତାଙ୍କ ଆଶା ଏବେ ପୂରଣ ହୋଇଛି।

ବିପାସା ମା ହେବା ପରେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଏକ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ ‘‘ ଆମ ଦୁହିଁଙ୍କ ପ୍ରେମର ସ୍ମୃତି ଏବଂ ମା’ଙ୍କ  ଆଶୀର୍ବାଦ ଏ ସଂସାରକୁ ଆସିଯାଇଛି, ଆାଉ ସେ ଦିବ୍ୟ କନ୍ୟା ’’  ।

https://www.instagram.com/p/Ck25DKZNmAo/embed/captioned/?cr=1&v=14&wp=656&rd=https%3A%2F%2Fodishasambad.in&rp=%2Fbipasha-basu-karan-singh-grover-welcome-a-baby-girl%2F#%7B%22ci%22%3A0%2C%22os%22%3A2069%2C%22ls%22%3A992.6999999880791%2C%22le%22%3A1489.9000000059605%7D

Leave a Reply

Your email address will not be published. Required fields are marked *