ଜଳ ଯନ୍ତ୍ରଣାରେ ଛଟପଟ ଜୀବନ : ଚୁଆ ପାଣି ଲୋକଙ୍କ ସାହା ଭରସା ପାଲଟିଛି

Top Storise ରାଜ୍ୟ

ନୂଆପଡା : ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି  ଗ୍ରାମବାସୀ । ଚାଷ ଜମିରେ ଥିବା ଚୁଆ ପାଣି ପାଲଟିଛି ଲୋକମାନଙ୍କ ସାହା ଭରସା । ଗୁହାରି ଶୁଣିବା ପାଇଁ କେହି ନାହାନ୍ତି । ମୁଣ୍ଡଫଟା ଖରାରେ ପାଣି ପାଇଁ ମାଇଲ ମାଇଲ ଚାଲୁଛନ୍ତି ଲୋକମାନେ ।ନୂଆପଡା ଜିଲ୍ଲା ବୋଡେନ ବ୍ଲକ ନିମନା ଏବଂ ବୋଇର ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି

ମୁନ୍ଦାଏ ପାଣି ପାଇଁ ଅଣ୍ଟାଏ ଗାତ ଖୋଳି ବୁନ୍ଦାବୁନ୍ଦା ଜଳ ସଂଗ୍ରହ କରୁଛନ୍ତି ଲୋକ  । ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ହେଲେ ଏଠିକାର ଦୁଇଟି ଗାଁର ଲୋକମାନେ ପାଣି ଟିକିଏ ପାଇଁ କିଲୋ କିଲୋ ମିଟର ଚାଲୁଛନ୍ତି ।

ଖରାଦିନ ହେତୁ ପାନୀୟ ଜଳ ସମସ୍ୟା ଉକ୍ରଟ ରୂପ ଧାରଣ କରିଛି ।ଚାଷ ଜମିରେ ଥିବା ଚୁଆ ପାଖରେ ଭୋର ୪ଟାରୁ ଗାଁରେ ଥିବା ମହିଳାମାନଙ୍କ ଲାଇନ ଲାଗୁଛି । ରାତି ୧୦ ଟା ପର୍ଯ୍ୟାନ୍ତ ଲୋକମାନେ ଏହି ବିଲରେ ଥିବା ଚୁଆରୁ ଆସି ପାଣି ନେଇଥାନ୍ତି ।ସେପଟେ ଏହି ଆଦିବାସୀ ଅଧୁସିତ ପାହଡ ଘେରା ବୋଇରଙ୍ଗା ଗାଁ ରେ ଲୋକଙ୍କ ଜଳ ସମସ୍ୟା ଉପରେ ପ୍ରଶାସନର ଦୃଷ୍ଟି ପଡୁନଥିବା ଅଭିଯୋଗ ହୋଇଛି ।

୨୦୦୬ ମସିହାରୁ ଗାଁରେ ପାଣି ଟାଙ୍କି ନିର୍ମାଣ କାମ ଆରମ୍ଭ ହୋଇଛି ।ହେଲେ ଆଜି ଯାଏ ଶେଷ ହୋଇନି ।ଅନ୍ୟପଟେ ରାସ୍ତା କାମ ଯୋଗୁଁ ଗାଁକୁ ଥିବା ପାନୀୟ ଜଳ ପାଇପ କଟିଯାଇଛି । ତୁରନ୍ତ ଲୋକମାନ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।ସେପଟେ ଲୋକଙ୍କ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି  କନିଷ୍ଠ ଯନ୍ତ୍ରୀ ।

Leave a Reply

Your email address will not be published. Required fields are marked *